oom

ଦୀକ୍ଷାନ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରର ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ତରଫରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସହଯୋଗ କ୍ରମେ ଦୀକ୍ଷାନ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏକାଡେମୀର ସଚିବ ପ୍ରବୋଧ କୁମାର ରଥଙ୍କ ସୁପାରିଶ କ୍ରମେ ଶୁଭାରମ୍ଭ ହୋଇଯାଇଛି । ଶ୍ରୀ ରାମ ମନ୍ଦିର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଷଦର ସଭାପତି ରୁଦ୍ର ପ୍ରତାପ ସିଂଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଧାନ୍ୟାନନ୍ଦ ପଣ୍ଡା, ପ୍ରଶିକ୍ଷକ ଭାବରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସ୍ଵୀକୃତି ପ୍ରାପ୍ତ ପ୍ରଶିକ୍ଷକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଯୋଗ ଦେଇଥିଲେ । ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପରିଷଦର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ତାଲିମ କାର୍ଯ୍ୟକ୍ରମରେ ପରିଷଦର ଉପଦେଷ୍ଟା ପଦ୍ମଲୋଚନ ମିଶ୍ର, ଲଳିତ ମହାଳିକ, ଠାକୁର ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଲଲିତ କୁମାର ସ୍ୱାଇଁ, ବିଭୁତି ଭୁଷଣ ମହା ଖୁଡ଼, ବିଜୟ କୁମାର ମହାଖୁଡ଼, ସମ୍ପଦ ଲାଲ୍ ବିଶି ପ୍ରମୁଖ ସହଯୋଗ କରିଥିଲେ । ଆଜି ଶୁଭାରମ୍ଭ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମ ୬ ମାସ ଧରି ଚାଲିବ ଏବଂ ଏଥିରେ କାମନା ଦଣ୍ଡର ବାଦ୍ୟ କଳାର ତାଲିମ ପ୍ରଦାନ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

jittmm
Leave A Reply

Your email address will not be published.