csstore

ବାଲଦାସ ଗାଁ ରାସ୍ତା ଅବସ୍ଥା ଶୋଚନୀୟ : ମରାମତି ପାଇଁ ଦାବୀ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଲଦାସ ଗାଁରୁ ରଜାମରାକୁ ଯାଇଥିବା ରାସ୍ତା, ବାଲଦାସ ଗାଁରୁ କଷାମାଲକୁ ଯାଇଥିବା ରାସ୍ତା, ବାଲଦାସରୁ ସିମାନିବାହାଲ ଗାଁକୁ ଯାଇଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ରହିଥିବାରୁ ଅନେକ ଲୋକେ ଦୁର୍ଘଟାଣାର ଶିକାର ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ତେଣୁ ରାସ୍ତା ମରାମତି କରି ତୁରନ୍ତ ସମସ୍ୟାର ସମାଧାନ ପାଇଁ ବାଲଦାସ ଗ୍ରାମବାସୀ ଗୌତମ ଧରୁଆ, ରଞ୍ଜିବ ଧରୁଆ, ନର୍ସିଂ ଧରୁଆ, ତ୍ରୀଭୁବନ ଭୋଇ, ଦେବ ପୁଟେଲ, ରୁପଧର ମାଝି, ଜଗବନ୍ଧୁ ଧରୁଆ ପୃଥିରାଜ ଧରୁଆ ଏବଂ ଗ୍ରାମବାସୀ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.