ଜିଏସ୍‌ଟି ଚଢ଼ଉ : ୯୯ ହଜାର ଜରିମାନା ଆଦାୟ

ଦେଓଗାଁ : ବରଗଡ଼-ବରିଗୁମା ଏନ୍‌ଏଚ୍‌-୨୬ର ବିଭିନ୍ନ ସ୍ଥାନରେ ବଲାଙ୍ଗିର ଜିଏସ୍‌ଟି ଟିମ୍‌ ଚଢ଼ଉ କରି ୩ଟି ଗାଡ଼ିରୁ ୯୯ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ବଲାଙ୍ଗିର ସିଟି ଏଣ୍ଡ ଜିଏସ୍‌ଟି ଏନ୍‌ଫୋ‌ର୍ସମେଣ୍ଟ ମୋବାଇଲ ୟୁନିଟ ରାସ୍ତାରେ ମାଲ୍‌ ବୋଝେଇ ବିଭିନ୍ନ ଗାଡ଼ିକୁ ଯାଞ୍ଚ କରିଥିଲା । ବେଆଇନ ଭାବେ ମାଲ ପରିବହନ କରି ଜିଏସ୍‌ଟି ଫାଙ୍କୁଥିବା ଗାଡ଼ିରୁ ଜରିମାନା ଆଦାୟ କରିଥିଲା । ବଲାଙ୍ଗିର ନିକଟରେ ଏକ ଗାଡ଼ିରୁ ୫୪୦୧୨ ଟଙ୍କା, ତୁଷୁରାରୁ ରାମପୁର ଯାଉଥିବା ଏକ ଗାଡ଼ିରୁ ୨୦୦୦୨ ଟଙ୍କା ଏବଂ କେସିଙ୍ଗାରୁ ବଲାଙ୍ଗିରକୁ ଛଡ଼ ନେଇ ଯାଉଥିବା ଗାଡ଼ିରୁ ୨୫୦୧୨ ଟଙ୍କାକୁ ମିଶାଇ ୯୯୦୨୭ ଟଙ୍କା ଆଦାୟ କରାଯାଇଛି । ଚଢ଼ଉରେ ଟିମ୍‌ର ରାଜେନ୍ଦ୍ର ନାଏକ, ଜିତେନ୍ଦ୍ର ବାଗ ଓ ସରୋଜ ବେରିଆ ସାମିଲ ଥିଲେ । ଯାଞ୍ଚକୁ ଦେଖି ଅନେକ ମାଲ ବୋଝେଇ ଗାଡ଼ି ବାଟରୁ ଫେରାର ମାରିଥିବା ଦେଖିବା ମିଳିଥିଲା ।

Leave A Reply

Your email address will not be published.