ବଲାଙ୍ଗିର-ସୁବର୍ଣ୍ଣପୁର ଜାତୀୟ ରାଜପଥରେ ବାଇକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବାଇକ ଦୁର୍ଘଟଣାରେ ୨ ମୃତ ଓ ୩ ଗୁରୁତର ହୋଇଥିବା ଜଣାପଡ଼ିଛି । ବଲାଙ୍ଗିର-ସୁବର୍ଣ୍ଣପୁର ଜାତୀୟ ରାଜପଥ ୫୭ର ଛେପାପାଲି ଛକରେ ଘଟିଛି ଏହି ସଡକ ଦୁର୍ଘଟଣା । ମୃତକ ଦୁଇଜଣ ହେଲେ ସୁବର୍ଣ୍ଣପୁର ସହରର ପଟାଭାଡିର ବାଳଗୋପାଳ ମିଶ୍ର ଏବଂ ତାକର ୯ ବର୍ଷୀୟ ଝିଅ ଶ୍ରୀମା ପ୍ରୀୟଦର୍ଶନି ମିଶ୍ର । ବାଲଗୋପାଳ କୌଣସି ଏକ କାମରେ ତରଭାକୁ ଯାଇ ବାଇକ ଯୋଗେ ପତ୍ନୀ ଓ ଝିଅଙ୍କୁ ନେଇ ଘରକୁ ଫେରୁଥିବା ବେଳେ ଛେପାପାଲି ନିକଟରେ ସାମନାରୁ ଆସୁଥିବା ଏକ ବାଇକ ସହ ଧକ୍କା ହୋଇଥିଲା । ବାଳଗୋପାଳଙ୍କ ପତ୍ନୀ କଲ୍ୟାଣୀ ବଡପଣ୍ଡା ଓ ଅନ୍ୟ ଦୁଇ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଏବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

error: Content is protected !!