oom

ଟିଟିଲାଗଡ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ଶ୍ରୀଗଣେଶଙ୍କ ପୂଜନୋଉତ୍ସବ ପାଳିତ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ଦିନ ପବିତ୍ର ଭାଦ୍ରବ ଶୁକ୍ଳ ଚତୁର୍ଥୀ ଅବସରରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ପୂଜନୋତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଏହି ପବିତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ର ଓ ତାଙ୍କର ଧର୍ମପତ୍ନୀ ତରଙ୍ଗିଣୀ ମହାପାତ୍ର କର୍ତ୍ତା ଭାବରେ ପୂଜାକାର୍ଯ୍ୟ ଆରମ୍ଭ କରିଥିଲେ । ପୂଜକ ଭାବରେ ବିଦ୍ୟାଳୟର ଆଚାର୍ଯ୍ୟ ନିମାଇଁ ନନ୍ଦ ଖମାରୀ ବୈଦିକ ରୀତିରେ ପୂଜାର୍ଚ୍ଚନା କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସହ ପୂର୍ବ ଛାତ୍ରଛାତ୍ରୀ, ଅଭିଭାବକ ଅଭିଭାବିକା ଏବଂ ସହରର ବିଦ୍ୱାନ୍ ଓ ପ୍ରତିଷ୍ଠିତ ବ୍ୟକ୍ତି ବୃନ୍ଦ ଉତ୍ସାହର ସହିତ ଏହି ପୂଜନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏଥିସହ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଜ୍ୟୋତି ପ୍ରକାଶ ଗଡତ୍ୟା, ଉପ ସଭାପତି ସଂର୍କୀତନ ମାଝୀ, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ସେଠ, ସଦସ୍ୟା ଝୁମିରାଣୀ ମିଶ୍ର ଓ ଅହଲ୍ୟା ନାଗ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ  ଶିଶୁମାନଙ୍କ ଦ୍ଵାରା ଅଙ୍କିତ ଚିତ୍ର, ଜାଣିବା କଥା, କବିତା ଓ କ୍ଷୁଦ୍ର ଗଳ୍ପଗୁଡ଼ିକୁ ନେଇ ବିଦ୍ୟାଳୟର ପ୍ରାଚୀର ପତ୍ରିକା “ଜ୍ଞାନ ବୈଭବ” ପ୍ରକାଶ ପାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଅଙ୍କିତ ଶ୍ରୀଗଣେଶ, କୃଷ୍ଣ ଓ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇର ଫୋଟଚିତ୍ର ପ୍ରଦର୍ଶନ କରାଯାଇଥିଲା । ନିକଟସ୍ଥ ଗୁଞ୍ଚିତରା ଗ୍ରାମରେ ଅନୁଷ୍ଠାନ ଦ୍ବାରା ପରିଚାଳିତ ସଂସ୍କାର କେନ୍ଦ୍ରର ଛାତ୍ରଛାତ୍ରୀଙ୍କୁ ଆଚାର୍ଯ୍ୟ ସୋହନ ମାଝୀଙ୍କ ତତ୍ତ୍ବାବଧାନରେ ପ୍ରସାଦ ବଣ୍ଟନ କରାଯାଇଥିଲା । ବିଦ୍ୟାଳୟର ସଂସ୍କୃତ ଆଚାର୍ଯ୍ୟ ପଙ୍କଜ ବେହେରା, ଅମିତ ତ୍ରିପାଠୀ, ହିମାଂଶୁ ସାହୁ, କୈଳାସ ଚନ୍ଦ୍ର ସାହୁ, ଚିନ୍ତାମଣି ଯୋଷି, ନୃପରାଜ ସେଠ୍, ଯୁଧିଷ୍ଠିର ପାଢି, ବିଶ୍ବବିକାଶ ସାହୁ, ମୋତି ପୁଟେଲ, ଅମୀୟ ମିଶ୍ର ଏବଂ ଆଚାର୍ଯ୍ୟା ରଞ୍ଜିତା ମିଶ୍ର, ସଂଯୁକ୍ତା ପାଣିଗ୍ରାହୀ, ମମତା ଠାକୁର, ଉଷାରାଣୀ ବିଶ୍ଵାଳ, ନୀହାରିକ ପାତ୍ର ତଥା ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାମାନଙ୍କର ସହଯୋଗରେ କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହୋଇଥିଲା ।

jittmm
Leave A Reply

Your email address will not be published.