ଫ୍ରି ଫାୟର ଗେମ୍‌ରୁ ମହାଭାରତ : ୨ ପରିବାର ମଧ୍ୟରେ ମାଡ଼ପିଟ, ୬ ଆହତ

କଟକ : ଦିନକୁ ଦିନ ଅନଲାଇନ ଗେମ୍ ଚିନ୍ତାର କାରଣ ପାଲଟିଛି । ଅନଲାଇନ ଗେମ୍ ପଞ୍ଝାରେ ଯୁବପିଢି ପଡ଼ିଯାଇଥିବା ବେଳେ ଏହା ଏବେ ଅନର୍ଥର କାରଣ ସାଜିଛି । ଭାରତରେ ପବ୍‌ଜି ଗେମ୍ ବ୍ୟାନ ପରେ ଏବେ ଯୁବ ପୀଢି ଫ୍ରି ଫାୟାର ମାୟାରେ । ତେବେ ଏହି ଅନ୍ ଲାଇନ୍ ଗେମ୍ ପାଇଁ ମହାଭାରତ ଯୁଦ୍ଧ ହୋଇ ଦୁଇ ସାହି ମଧ୍ୟରେ ୬ ଜଣ ଆହତ ହେବା ଏବେ ଚର୍ଚ୍ଚାର କେନ୍ଦ୍ର ବନ୍ଦୁ ପାଲଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ନପଙ୍ଗ ପଞ୍ଚାୟତରେ । ଘଟଣା ମୁତାବକ ଖୋର୍ଦ୍ଧା ସାହିର ଦୀପକ ସାମଲଙ୍କୁ କୋରକୋର ସାହିର ଟୁନ ମଲ୍ଲିକ ଫ୍ରି ଫାୟାର ଗେମ୍‌କୁ ନେଇ ତାଙ୍କୁ ସହ ଦୁର୍ବ୍ୟବହାର କରିଥିଲେ । ଏନେଇ ଦୁଇ ଜଣଙ୍କ ଭିତରେ ବଚସା ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ମାରପିଟ୍ ହୋଇଥିଲା । ଏଥିରେ ୬ ଜଣ ଆହତ ହୋଇଥିବା ବେଳେ ଖବର ପାଇ ଟାଙ୍ଗୀ ପୋଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ସହ ଆପୋଷ ବୁଝାମଣା କରି ଛାଡ଼ି ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.