ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ମାଗୁରପାଣି ଗାଁରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ଜଣକ ମାଗୁରପାଣି ଗାଁର ଚୁନୁଲାଲ ରାଉତ । ଏବେ ଯୁବକ ଜଣଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁସାରେ ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ମାଗୁରପାଣି ଗାଁର ଚୁନୁଲାଲ ଘର ନିକଟ ଚାଷ ଜମି ପଟେ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ଏକ ଭାଲୁ ଆସି ପଛ ପଟୁ ଆକ୍ରମଣ କରିଥିଲା ।

Leave A Reply

Your email address will not be published.