ସ୍ବଚ୍ଛ ପାନୀୟ ଜଳ ପାଇଁ ହନ୍ତସନ୍ତ ଲାଠୋର ଗ୍ରାମର ବନ୍ଧପଡା ଏବଂ କାଦୋପଡାବାସୀ

ଖପ୍ରାଖୋଲ, (କ୍ରି‌ଷ୍ଣା ସେଠୀ) : ସରକାର ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବସୁଧା ଯୋଜନା କାର୍ୟ୍ୟକାରୀ କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଲୋକଙ୍କ ପାଖରେ ଠିକ୍ ଭାବେ ତାହା ପହଞ୍ଚି ପାରୁନାହିଁ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଲାଠୋର ଗାଁର ବନ୍ଧପଡା ଏବଂ କାଦୋପଡାରେ । ଦୁଇଟି ପଡାରେ ୧୧ ଟି ଷ୍ଟାଣ୍ଡ ପୋଷ୍ଟ ଲାଗିଛି । କିନ୍ତୁ ଚାରି ପାଞ୍ଚୋଟି ଷ୍ଟାଣ୍ଡ ପୋଷ୍ଟକୁ ଛାଡି କୈାଣସି ଷ୍ଟାଣ ପୋଷ୍ଟରେ ପାଣି ଆସୁନାହିଁ ।ଏହି ଶୀତ ଋତୁରେ ପାଣି ପାଇଁ ହଟହଟା ହେବାକୁ ପଡୁଛି । ଗ୍ରୀଷ୍ମ ଋତୁରେ ଆମର ଅବସ୍ଥା କଣ ହେବ ବୋଲି ପଡାବାସୀ କହିଛନ୍ତି । ପଡାବାସୀ ସରପଞ୍ଚଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏପର୍ୟ୍ୟନ୍ତ କୌଣସି ସମାଧାନ ହୋଇନାହିଁ । ଏଣୁ ପଡାବାସୀ ଗଣମାଧ୍ୟମକୁ ଖବର ଦେବା ସହ ଶୀଘ୍ର ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଖପ୍ରାଖୋଲ ବ୍ଲକକୁ ଯାଇ ଆମର ସମସ୍ୟା ବିଡ଼ିଓଙ୍କୁ ଜଣାଇବୁ ବୋଲି ପଡାବାସୀ କହିଛନ୍ତି ।

Leave A Reply

Your email address will not be published.