oom

କୁଡ଼ାସିଂହାରେ ସ୍ଵାଧୀନତା ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ପଞ୍ଚାୟତରେ ସ୍ଵାଧୀନତା ଦିବସ ପାଳନ ସହ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀମତୀ ଜ୍ୟୋସ୍ନାରାଣୀ ସାହୁ, ସମିତି ସଭ୍ୟା ଶ୍ରୀମତୀ କାମିନୀ ପୁଟେଲ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୟାମମୋହନ ବଢେଇ, ନାଏବ ସରପଂଚ ଜିତୁ ସାହୁ, ପୂର୍ବତନ ସାମରିକ କର୍ମଚାରୀ ନାରାୟଣ ନାଥ, ନିରାକାର ସାହୁଙ୍କ ସମେତ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ । ଏହା ସହ ନୂଆପଡ଼ା ହଳଦୀ ଗୁଣ୍ଡିରେ ସହିଦ୍ ସ୍ତମ୍ଭ ସ୍ଥାପନ କରାଯାଇଥିଲା ଏବଂ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କୁଡାସିଂହା ଜିପିଏଲ୍‌ଏଫର ସଦସ୍ୟ ଏବଂ ବନ କର୍ମଚାରୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.