jsm

ରୁଗୁଡ଼ିପଡା ଦୁର୍ଗାପୁଜା ଟ୍ରଷ୍ଟର ସାଧାରଣ ପରିଷଦ ବୈଠକ : ଆସନ୍ତା ୩ ବର୍ଷ ପାଇଁ କର୍ମକର୍ତ୍ତା ମନୋନୀତ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ରୁଗୁଡ଼ିପଡା ଦୁର୍ଗାପୂଜା ମଣ୍ଡପରେ ରୁଗୁଡ଼ିପଡା ଦୁର୍ଗାପୂଜା ଟ୍ରଷ୍ଟର ସାଧାରଣ ପରିଷଦ ବୈଠକ ତଥା ଆସନ୍ତା ୩ ବର୍ଷ ପାଇଁ କର୍ମକତ୍ତା ମନୋନୀତ ହୋଇଯାଇଛି । ସଭାପତି ଚେତନାନନ୍ଦ ପଣ୍ଡାଙ୍କ ସଭାପତିତ୍ୱ ତଥା ହରିନାରାୟଣ ପୂଜାରୀଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକ ପ୍ରାରମ୍ଭରୁ ଗତ ବର୍ଷ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ଗତ ବର୍ଷ ଆୟ ବ୍ୟୟ ବିବରଣୀ ପ୍ରଦାନ କରାଯିବା ପରେ ସଦସ୍ୟଗଣ ଏହାକୁ ସର୍ବସମ୍ମତି କ୍ରମେ ପାସ କରିଥିଲେ । ଆସନ୍ତା ତିନି ବର୍ଷ ପାଇଁ ଟ୍ରଷ୍ଟର କର୍ମକତ୍ତା ମନୋନୟନ ହୋଇଥିଲା । ଯେଉଁଥିରେ ଚେତନାନନ୍ଦ ପଣ୍ଡା ସଭାପତି, ସଞ୍ଜିବ କୁମାର ଶତପଥି ଉପସଭାପତି ଓ ପ୍ରଦୀପ କୁମାର ପଟ୍ଟନାୟକ ଉପସଭାପତି, ହରି ନାରାୟଣ ପୂଜାରୀ ସାଧାରଣ ସଂପାଦକ, ବିଜୟ ନନ୍ଦ ବାଗ ଓ ଦେବବ୍ରତ ବଗର୍ତ୍ତି ସହ ସଂପାଦକ, କୋଷାଧ୍ୟକ୍ଷ ଭାବେ ଦେବାଶିଷ ମାହାକୁର ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । ସେହିପରି ଅଶୋକ ମହନ୍ତି, ଲକ୍ଷ୍ମୀ ମହାରଣା, ଭାଗିରଥୀ ମହାକୁର, ପ୍ରଦ୍ୟୁମ୍ନ ପୁରୋହିତ, ସଞ୍ଜୟ କୁମାର ପୂଜାରୀ, ହିମାଂଶୁ ଶେଖର ପାଢୀ, ଶ୍ରୀକାନ୍ତ ରାଉତ, ଅରୁଣ କୁମାର ନାଏକ, ବିଷ୍ଣୁପଦ ହୋତା, ନୟନ ମହାନ୍ତି, ଶିବାନନ୍ଦ ବାଗ, ଚନ୍ଦ୍ରଚୁଡ଼ ପଣ୍ଡା, ସୁଧୀର ନନ୍ଦ, ଜୀବନ ବାଙ୍କ, ସନ୍ତୋଷ ପଣ୍ଡା, ତାପସ ମହାନ୍ତି, ପଞ୍ଚଜନ୍ୟ ପଣ୍ଡା, ଅମିତ କୁମାର ମହାନ୍ତି, ଅଜୟ କୁମାର ରଥ, ବାଜୁ ଦାସ, ବିଭୁତି ଭୁଷଣ ମିଶ୍ର କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ । ଏହି ବୈଠକରେ ପଡ଼ାର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହି ଆସନ୍ତା ଦୁର୍ଗାପୂଜାକୁ କିଭଳି ଆହୁରି ଭବ୍ୟ ଭାବେ କରାଯିବ ସେ ଉପରେ ନିଜର ସୁଚିନ୍ତିତ ମତ ପ୍ରକାଶ କରିଥିଲେ ।

yuvodaya
Leave A Reply

Your email address will not be published.