ସମ‌ସ୍ତ‌ଙ୍କ ନିଘା କୋସଲ ପ୍ରାର୍ଥୀ ଉପରେ

ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ବେଲପଡ଼ା ବ୍ଲକ ୨୬ ନଂ ଜୋନ୍‌ରେ ଆସନ୍ତା ୨୨ ତାରିଖ ଭୋଟ ହେବା ନେଇ ନିର୍ବାଚନ କମିଶନ ବି‌ଜ୍ଞପ୍ତି ଜାରି କରିବା ପରେ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍‌ । ଗତ ବର୍ଷ ବିଜେପି, ବିଜେଡି, କଂଗ୍ରେସର ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଲିଥିଲା ଏବଂ ଏହି ସିଟ୍‌ରେ ବିଜେପି ବାଜିମାତ କରିଥିଲା । କିନ୍ତୁ ଦିବଙ୍ଗତ ଜିଲ୍ଲା ପରିଷଦଙ୍କ ମୃତ୍ୟୁ ପରେ ଏହି ସିଟ୍ ଖାଲି ପଡ଼ିଥିଲା । ଏବେ ଏହି ସିଟ୍‌ କିଏ ଜିତିବ, ସେ ନେଇ ଲାଗି ରହିଛି କ‌ଳ୍ପନା ଜଳ୍ପନା । ଏବେ କିନ୍ତୁ ନିର୍ବାଚନ ଭିନ୍ନ ମୋଡ଼ ନେବାକୁ ଯାଉଛି । ସବୁ ଦଲର କଣ୍ଟା ହେଇ ଏବେ ଉଭା ହେଲେଣି କୋସଲ ପ୍ରାର୍ଥୀ ବୋଲି ସାଧାରଣରେ ଆଲୋଚନା ହେଉଛି । ଏବେ ସମସ୍ତଙ୍କ ନଜର ପଡ଼ିଛି କୋସଲ ପ୍ରାର୍ଥୀ ଉପରେ । ଆଗରୁ ନିର୍ବାଚନୀ ସଭା ସମିତିରେ କୋସଲ ଆନ୍ଦୋଲନକାରୀ ମାନଙ୍କ ଓଜସ୍ୱୀ ଭାଷଣ ଲୋକଙ୍କ ମନକୁ ପଶୁଥିବା ବେଳେ ମାଁ ମାଟି ନାଁରେ ରାଜନୀତିକୁ ଓହ୍ଲେଇଛି କୋସଲ କମିଟି । ଦେଖିବାକୁ ବାକି ରହିଲା କିଏ ଜିତୁଛି ।

Leave A Reply

Your email address will not be published.