ଶ୍ୱାସରୁଦ୍ଧ ହୋଇ ୨ ଜଣ ମୃତ, ୨ ଜଣ ଗୁରୁତର

କେନ୍ଦୁଝର : ଘର ଭିତରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଖବର ଆସିଛି । ସୂଚନା ଅନୁସାରେ କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ କାଠବାଡି ଗାଁରେ ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଥିବା ଜଣାପଡ଼ିଛି । ଘରେ ଜେନେରେଟର ଅନ କରି ଶୋଇଥିବା ବେଳେ ଏହି ଅଘଟଣ ଘଟିଛି ବୋଲି ତଦନ୍ତରୁ ଜଣାପଡ଼ିଛି। ସଭିଏଁ ଗୋଟିଏ ପରିବାରରୁ ବୋଲି କୁହାଯାଉଛି । ଶ୍ୱାସରୁଦ୍ଧ ହେବା ପରେ ସଭିଁଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ୨ଜଣଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ କେନ୍ଦୁଝର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା କୁହାଯାଇଛି।

Leave A Reply

Your email address will not be published.