ଗଞ୍ଜାମ ସହର ପାଳିବନ୍ଧ ଅଞ୍ଚଳର ଜଣେ ବୃଦ୍ଧ ନିଖୋଜ ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହର ତଳି ଅଞ୍ଚଳ ଲକ୍ଷ୍ମୀପୁର ଗାଁ, ପାଳିବନ୍ଧ ପଞ୍ଚାୟତର ଜଣେ ବୃଦ୍ଧ କେଉଁଆଡ଼େ ଚାଲିଯାଇଛନ୍ତି ବୋଲି ଗଞ୍ଜାମ ସହର ଥାନାରେ ଗତ ୪ ତାରିଖରେ ଅଭିଯୋଗ ଦିଆଯାଇଛି । ଖବର ନେବାରେ ଜଣାଯାଇଛି ଯେ, ଡ଼ି.ବୁଦ୍ଧିଆ ରେଡ୍ଡୀ (୭୪) ଘରେ କଳିକଜିଆ ହୋଇ କେଉଁଆଡ଼େ ରାଗରୋଷରେ ଚାଲିଯାଇଛନ୍ତି । କୌଣସି ସହୃଦୟ ବ୍ୟକ୍ତି ତାଙ୍କର ସନ୍ଧାନ ପାଇଲେ ଗଞ୍ଜାମ ଥାନା କିମ୍ବା ଘର ଲୋକଙ୍କ ସହ ୯୩୩୭୧୯୩୯୮୪ ଏହି ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ଡ଼ି.ବୁଦ୍ଧିଆ ରେଡ୍ଡୀଙ୍କ ପୁଅ ଡ଼ି.ସୁବାଷ ରେଡ୍ଡୀ ଜଣାଇଛନ୍ତି ।

Leave A Reply

Your email address will not be published.