oom

ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ଅଗଷ୍ଟ ୧ ତାରିଖ ଦିନ ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରଥମ ଦିନରେ ପ୍ରାୟ ୨୦୦ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଅଧ୍ୟକ୍ଷ ଡ. ଶରତ ଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅଧ୍ୟାପକ ଅଧ୍ୟାପିକା ଗଣ ଶିକ୍ଷାନୁଷ୍ଠାନର ଇତିହାସ, ବିଭିନ୍ନ ବିଭାଗର ପାଠ୍ୟକ୍ରମ, ସମୟାନୁବର୍ତ୍ତିତା ଓ ଶୃଙ୍ଖଳା ରକ୍ଷା ଉପରେ ସମ୍ୟକ ସୂଚନା ଦେବା ସହ ରାଜ୍ୟ ସରକାରଙ୍କ ପୋର୍ଟାଲରେ ଉପଲବ୍ଧ ୫୫୦ ବୃତ୍ତି ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଉକ୍ତ ସ୍ଵାଗତ ସଭାରେ ପ୍ରାଧ୍ୟାପକ ସରୋଜ କୁମାର ବଳିୟାରସିଂହ ଅଧ୍ୟାପକ ଅତୁଲ କୁମାର ଦାଶ, ଜିତେନ୍ଦ୍ର ମଲ୍ଲିକ, ସୁମନ୍ତ ତରେଇ, ରାକେଶ କୁମାର ସ୍ୱାଇଁ, ସୁକାନ୍ତ କୁମାର ପଣ୍ଡା, ମନୋରଞ୍ଜନ ରଣସିଂହ, ବରିଷ୍ଠ କିରାଣୀ ଗଙ୍ଗାଧର ଜେନା, ଗ୍ରନ୍ଥାଗାରିକ, ବ୍ରଜବନ୍ଧୁ ଦାଶ, ଅଧ୍ୟାପିକା ଡ. ସ୍ନେହାଞ୍ଜଳି ମହାନ୍ତି, ସୌଭାଗିନୀ ପାଢୀ, ଗୀତାଞ୍ଜଳି ସାହୁ, ତନ୍ମୟୀ ମହାପାତ୍ର, ସୁମଂଜୁଳା ବିଶ୍ଵାଳ ଓ ପ୍ରିୟଙ୍କା ଦାଳଇ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.