oom

ଲୋଇସିଂହା ବିଜେପି ତରଫରୁ ବ୍ଲକ୍‌ ସ୍ତରୀୟ ମଣ୍ଡଳ ପ୍ରଶିକ୍ଷଣ ଶିବିର

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଅଗ୍ରସେନ ଭବନ ଠାରେ ଲୋଇସିଂହା ବିଜେପି. ତରଫରୁ ବ୍ଳକ୍‌ ସ୍ତରୀୟ ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପୂର୍ବତନ ବିଧାୟକ ତଥା ବିଜେପି.ର ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟିତ କରିଛନ୍ତି । ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ମହାନନ୍ଦ, ଜିଲ୍ଲା ପରିଷଦ ସଦସ୍ୟ ସାଇଶଙ୍କର ସାହୁ, ଅନିରୁଦ୍ଧ ବିା୍‌ବାଲ, ସରୋଜ ସାହୁ, ପାଟଣାଗଡ଼ ବ୍ଲକ୍‌ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ଅନନ୍ତ କୁମାର ଦାଶ ପ୍ରମୁଖ ଯୋଗଦାନ କରି ନିଜ ନିଜ ବହୁମୂଲ୍ୟ ବକ୍ତବ୍ୟ ରଖିଛନ୍ତି । ଏହି ଶିବିରରେ ବାଳକୃଷ୍ଣ ଧରୁଆ, ରଘୁମଣି ସାହୁ, ଜ୍ୟୋତିର୍ମୟ ରାଉତ, ସଂଜୀବ ସାହୁ, କିଶୋର ପଟେଲ, ଗୌରାଙ୍ଗ ନାୟକ, ଅମରଜିତ ପଟେଲ, ଲେକୃ ତ୍ରିପାଠୀ, ଭୂତନାଥ ନାଏକ ଆଦି ବହୁ ଦଳୀୟ କର୍ମୀ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.