csstore

ଆମରଣ ଅନଶନ ଚାଲିଥିବା ବେଳେ ଦୁଇଜଣ ଅସୁସ୍ଥ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆର୍ଜିପଲ୍ଲୀ ଗ୍ରାମର ବସ୍ତିବାସିନ୍ଦାଙ୍କୁ ଘର ପଟ୍ଟା ପ୍ରଦାନ ନେଇ ଭାରତୀୟ ବିକାଶ ପରିଷଦର ନେତ୍ତୃତ୍ୱରେ ଆମରଣ ଅନଶନ ଓ ବିକ୍ଷୋଭ ପ୍ରଦର୍ଶନ ହୋଇଆସିଥିଲା । ଆମରଣ ଅନଶନର ଚାରିଦିନ ପହଞ୍ଚିବା ବେଳକୁ ଅନଶନ ସ୍ଥଳରେ ଦୁଇଜଣ ଅସୁସ୍ଥ ହୋଇପଡ଼ିଲେ । ସେମାନେ ଗତକାଲି ସନ୍ଧ୍ୟା ସୁଦ୍ଧା ଛତ୍ରପୁର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ପ୍ରକାଶ ଥାଉକି, ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ଆର୍ଜିପଲ୍ଲୀ ଗ୍ରାମର ଲୋକମାନଙ୍କ ମୌଳିକ ସୁବିଧା ନେଇ ସେମାନଙ୍କର ଘରବାରି ପଟ୍ଟା ପାଇଁ ଆବେଦନ କରି ଆସି ବାରମ୍ବାର ଛତ୍ରପୁର ତହସିଲ ଅଫିସ ଯାଇ ନାନା ହଇରାଣ ହନ୍ତସନ୍ତ ହୋଇଆସିବା ପରେ ଗତ ୨୫ତାରିଖଠାରୁ ଆମରଣ ଅନଶନରେ ବସିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ଆସି ଆନ୍ଦୋଳନକାରୀଙ୍କୁ ନିର୍ଭର ପ୍ରତିଶୃତି ଦେଇଥିବା ବେଳେ ଅନଶନ ବନ୍ଦ ହୋଇଥିଲା ବୋଲି କୁହାଯାଏ ।

jayashree
Leave A Reply

Your email address will not be published.