ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବିଭିନ୍ନ ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁଗୁଡ଼ିକରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ବିଷୟରେ ଦୁର୍ନୀତି ଘଟୁଛି । ଜନସାଧାରଣଙ୍କ କହିବା ମୁତାବକ ତେଲିଆ ମୁଣ୍ଡରେ ତେଲ ହେଉଛି । ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଛନ୍ତି ସେମାନେ ପୁନର୍ବାର ଆବାସ ଗୃହ ଯୋଜନାରେ ସାମିଲ ରହିଛନ୍ତି ତାଙ୍କ ନାମରେ ପୁନର୍ବାର ଆବାସ ଗୃହ ମଞ୍ଜୁର ହୋଇଛି ଏବଂ ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ଗୁଡ଼ିକରେ ଯେଉଁ ହିତାଧିକାରୀମାନଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର ହୋଇଛି ସେମାନଙ୍କ ଘରକୁ ଦଲାଲ୍ ମାନେ ଯାଇ ପାଞ୍ଚ ହଜାର ଦଶ ହଜାର ଟଙ୍କା ନ ଦେଲେ ତୁମ୍ଭର ଘର କଟି ଯିବ ବୋଲି ଭୟ ସୃଷ୍ଟି କରି ଟଙ୍କା ଆଦାୟ କରୁଥିବା ଜନସାଧାରଣ ଗାଁ ଗାଁରେ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳେ । ଏଥିରେ ଅନେକ ଉପଯୁକ୍ତ ହିତାଧିକାରୀ ଆବାସ ଯୋଜନାରେ ସାମିଲ୍ ନ ହୋଇଥିବା ଜନସାଧାରଣ ଚର୍ଚ୍ଚା କରୁଛନ୍ତି । ପ୍ରତ୍ୟେକ ଗ୍ରାମପଞ୍ଚାୟତର ଉପଯୁକ୍ତ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ଆବାସ ଗୃହ ବିଷୟରେ ଆଲୋଚନା କରିଥାନ୍ତି ଯେ, ତେଲିଆ ମୁଣ୍ଡରେ ତେଲ ବୋଲି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁଗୁଡ଼ିକରେ ତୁରନ୍ତ ତଦନ୍ତ କରି ଉଚିତ୍ ହିତାଧିକାରୀମାନଙ୍କୁ ଆବାସ ଗୃହ ମଞ୍ଜୁର କରାଯାଉ ନଚେତ୍ ଆବାସ ଗୃହ ବାଣ୍ଟିବା ବାତିଲ କରାଯାଉ ବୋଲି ଜନସାଧାରଣ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.