ଖରିଫ ଧାନ ପଞ୍ଜିକରଣ ପାଇଁ ପ୍ରଚାର କଲେ ସମ୍ପାଦକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ୧୫ ଜୁଲାଇଠାରୁ ଆରମ୍ଭ ହୋଇଯାଇଛି । ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିବା ଲାଗି ଲଉଡ଼ିଦରହା ସେବା ସମବାୟ ସମିତି ଅଧୀନରେ ଥିବା ବିଭିନ୍ନ ଗ୍ରାମମାନଙ୍କୁ ଯାଇ ସମ୍ପାଦକ ରାଧେଶ୍ୟାମ ଖର୍ଷେଲ ଚାଷୀମାନଙ୍କୁ ସୂଚନା ଦେଇଛନ୍ତି । ସେବା ସମବାୟ ସମିତିର ମୋଟ ଚାରିଟି ପଞ୍ଚାୟତର ଚାଷୀଙ୍କ ପଞ୍ଜିକରଣ ପାଇଁ ସଚେତନତା କରାଯିବ ଏହା ବିଭାଗର ୱେବ ସାଇଟ www.foododisha.inରେ ମଧ୍ୟ୍ୟ ଉପଲବ୍ଧ ବୋଲି ଶ୍ରୀ ଖର୍ଷେଲ କହିଛନ୍ତି । ତେଣୁ କରି ସମସ୍ତ ଚାଷୀ ଭାଇମାନଙ୍କୁ ଅନୁରୋଧ ପଞ୍ଜିକରଣ ପାଇଁ ଇଛୁକ ଚାଷୀମାନେ ସେମାନଙ୍କ ପଞ୍ଜିକରଣ ଫର୍ମ ସହିତ କାଗଜ ପତ୍ର ନକଲ ଦାଖଲ କରିବା ଆବଶ୍ୟକ ବ୍ୟାଙ୍କ ପାସବୁକର ପ୍ରଥମ ପୃଷ୍ଠା, ଚାଷ ଜମିର ପ୍ରମାଣ ପତ୍ର, ଆଧାର କାର୍ଡ, ମୋବାଇଲ ନମ୍ବର ଓ ଯଦି ଭାଗ ଚାଷୀ ହୋଇଥାନ୍ତି ତେବେ ସମ୍ପୃକ୍ତ ଜମି ମାଲିକଙ୍କ ସହମତି ପତ୍ର ସହିତ ଆଧାର କାର୍ଡ ନକଲ ଦାଖଲ କରିବେ । ଯେଉଁ ଚାଷୀମାନେ ଆଗାମୀ ଖରିଫ ଋତୁରେ ଧାନ ବିକ୍ରୟ ନିମନ୍ତେ ନାମ ପଞ୍ଜିକରଣ କରିନାହାନ୍ତି । ସେମାନେ ଆସନ୍ତା ଅଗଷ୍ଟ ମାସ ଷୋହଳ ତାରିଖ ସୁଦ୍ଧା ପଞ୍ଜିକରଣ କରିନେବେ । ଏହି ସଚେତନତା କରିବାରେ ସମବାୟ ସମିତିର କମ୍ପ୍ୟୁଟର ଅପରେଟର ଗୋବର୍ଦ୍ଧନ ସାହୁ (ନବୀନ), ଅଶ୍ୱିନୀ ଦାଶ, ଦେବରାଜ ସାହୁ, ଝଶକେତନ ସାହୁ, ଭୂପେନ ପଟେଲ, ସମବାୟ ସମିତିର ସଦସ୍ୟ ପ୍ରମୁଖ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.