
କଟକ, (କେପିଏନ୍ଏସ୍) : କଟକ ସଦର ଥାନା ଅନ୍ତର୍ଗତ ଉଷୁମା ଗ୍ରାମ ପଞ୍ଚାୟତ ଭାଲିଆପଦା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ନିଜ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉକ୍ତ ଗ୍ରାମର ବନମାଳୀ ପାତ୍ର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଏକ ପାରିବାରିକ କଳହକୁ କେନ୍ଦ୍ର କରି ପ୍ରବଳ ଝଗଡା ଲାଗିଥିବାରୁ ସ୍ୱାମୀ ଉତ୍ୟକ୍ତ ହୋଇ ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଦ୍ୱାରା ସ୍ତ୍ରୀଙ୍କ ଘଟଣା ସ୍ଥଳରେ ମୁତ୍ୟୁ ଘଟିଥିବା ଜଣାପଡ଼ିଛି । ଖବର ପାଇ କଟକ ସଦର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ଯାଞ୍ଚ କରିବା ସହ ହତ୍ୟାକାରୀ ସ୍ୱାମୀଙ୍କୁ ଠାବ କରି ଥାନାରେ ଅଟକ ରଖିଛନ୍ତି । ଅଧିକ ତଦନ୍ତ ପାଇଁ ଘଟଣା ସ୍ଥଳକୁ ସାଇଣ୍ଟିଫିକ ଟିମ ଆସି ଛାନଭିନ୍ ଆରମ୍ଭ କରିଛନ୍ତି ।