ସାମ୍ବାଦିକ ଝସକେତନ ସାହୁଙ୍କ ଅଜା ଚାଲିଗଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଗାଇସିଲେଟ ବ୍ଲକ ତାଲପାଲି ନିବାସୀ ସାମ୍ବାଦିକ ଝସକେତନ ସାହୁଙ୍କ ଅଜା ଅଲେଖ ମହିମା ଧର୍ମର ଭକ୍ତ ରାଘବ ସାହୁଙ୍କ ଆଜି ରାତ୍ର ୭.୩୦ ସମୟରେ ପରଲୋକ ହୋଇଯାଇଛି । ସେ ତାଲପାଲି ଗ୍ରାମରେ ବୟୋଜ୍ୟେଷ୍ଟ ବ୍ୟକ୍ତି ଥିଲେ। ମହିମା ଧର୍ମ ପ୍ରତି ତାଂକର ଅଗାଧ ଭକ୍ତି ଥିଲା । ପ୍ରତିଦିନ ମହିମା ଧର୍ମର ନୀତି କରୁଥିଲେ । ତାଙ୍କର ବିୟୋଗ ପରେ ତାଙ୍କର ଦୁଇ ପୁଅ ନିରଞ୍ଜନ, ନୀଳକଣ୍ଠ ଓ ଦୁଇ ବୋହୁ, ନାତି ନାତୁଣୀ ଅଛନ୍ତି । ସେ ଜଣେ ସରଳ, ଆଧ୍ୟାତ୍ମିକ ଚିନ୍ତାଧାରାର ମଣିଷ ଥିଲେ । ସକାଳେ ମହିମା ଧର୍ମୀ ସାଧୁ ଭକ୍ତଙ୍କ ଗହଣରେ ସମାଧି ଦିଆଯିବ ।

Leave A Reply

Your email address will not be published.