ବିଜେଡିରେ ଯୋଗଦେଲେ ଶତାଧିକ ବିଜେପି କର୍ମକର୍ତ୍ତା

ବେଲପଡା, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ବେଲପଡା ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ବେଲପଡା ସରପଞ୍ଚ ଓ କପାଣି ସରପଞ୍ଚ ଏବଂ ବେଲପଡା ବ୍ଲକ ଅନ୍ତର୍ଗତ ବିଜେପିର ୧୧୦ ଜଣ କର୍ମକର୍ତ୍ତା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ବିଜେଡି ଦଳରେ ଯୋଗଦାନ କରିଛନ୍ତି । ଏହି ଅବସରରେ ବେଲପଡା ବ୍ଲକ ସରପଞ୍ଚ ସଂଘର ୨୩ ଜଣ ସରପଞ୍ଚ ତଥା ବିଜୁ ପରିବାର ସହିତ ଆୟୋଜିତ ଏକ ବୈଠକରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା । ବିଧାୟକ ଶ୍ରୀ ମେହେର ଉପସ୍ଥିତ ସମସ୍ତ ବିଜେଡ଼ିର କର୍ମକର୍ତ୍ତା ତଥା ନୂତନ ଭାବେ ବିଜେଡ଼ିରେ ସାମିଲ୍‌ ହୋଇଥିବା ବିଜୁପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.