oom

‘ଭାରତ ବନ୍ଦ’ରେ ଆମ୍ ଆଦମି ପାର୍ଟି ବଲାଙ୍ଗିର ଶାଖା ତରଫରୁ ବିକ୍ଷୋଭ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରାଦେଶରେ ଏବଂ ବଲାଙ୍ଗିରରେ ମଧ୍ୟ ଆମ୍ ଆଦମି ପାର୍ଟି ବଲାଙ୍ଗିର ଶାଖା ତରଫରୁ ଆମ୍ ଆଦମି ପାର୍ଟି ଜିଲ୍ଲା ଆବାହକ ତଥା ଆପ ଓଡିଶା ପ୍ରବକ୍ତା ଆଶିଷ ପାଣ୍ଡେଙ୍କ ନେତୃତ୍ଵରେ କୃଷକ ଆନ୍ଦୋଳନ ତଥା ଭାରତ ବନ୍ଦ ଡ଼ାକରାକୁ ସମ୍ପୂର୍ଣ୍ଣ ସ୍ୱର୍ଥନ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାର ଯେଉଁ ତିନୋଟି କୃଷକ ବିରୋଧୀ ଆଇନ୍ ଆଣିଛନ୍ତି, ତାହା ସମ୍ପୂର୍ଣ୍ଣ ଭାବେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେବ । ତେଣୁ ସେହି ଆଇନକୁ ସରକାର ପ୍ରତ୍ୟାହାର କରିବା ନିଶ୍ଚିତ ଆବଶ୍ୟକ । ଯଦି ଆଇନ ପ୍ରତ୍ୟାହାର ନହୁଏ, ତେବେ ତୀବ୍ର ଆନ୍ଦୋଳନ ହେବ । ଚାଷୀଙ୍କ ହିତ ପାଇଁ ଏବଂ ଜନସାଧାରଣଙ୍କ ମଙ୍ଗଳ ପାଇଁ ଆମ୍ ଆଦମି ପାର୍ଟି ସବୁବେଳେ ଅଛି, ରହିବ ଏବଂ ତୀବ୍ର ଆନ୍ଦୋଳନ କରିବ ଦରକାର ହେଲେ ବୋଲି କୁହାଯାଇଛି । ଆଜିକାର ଏହି କୃଷକ ଆନ୍ଦୋଳନ ଏବଂ ଭାରତ ବନ୍ଦ ଡ଼ାକରାରେ ଆମ୍ ଆଦମି ପାର୍ଟିର ଲୋଇସିଂହା ବିଧାନସଭା ସଭାପତି ଜଗଦୀଶ ଚନ୍ଦ୍ର ବିଭାର, ଚାଷୀ ନେତା ଗଙ୍ଗାରାମ ପଟେଲ, ସୋସିଆଲ୍ ମିଡିଆ ପ୍ରଭାରୀ ଅଶୋକ ସୁନା, ଦେଓଗାଁ ବ୍ଲକ ସଭାପତି ଶଙ୍କର୍ଷଣ ମହାପାତ୍ର, ଲୋଇସିଂହା ବ୍ଲକ ସଂଗଠକ ସଂସ୍‌ସ୍କାର ନାଗ, ଆଗଲପୁର ବ୍ଲକ ସଂଗଠକ ଝସକେତନ ମହାନନ୍ଦ ଏବଂ ଛାତ୍ର ନେତା ହିତେଶ୍ ବଗର୍ତ୍ତୀ, ନଦୀ ବାଗ. ସିକ୍ୟୁ ପଟେଲ, ରାମେଶ ଭୋଇ, ଅଶ୍ଵିନୀ ରାଉତ, ବଳରାମ ଜାଲ, ପୁରନ୍ଦର ପଧାନ, ଜିତେନ୍ଦ୍ର ତରିଆ, ଅଶୋକ ନନ୍ଦ ଆଦି ଉପସ୍ଥିତି ଥିଲେ ।

jittmm
Leave A Reply

Your email address will not be published.