ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ବଡ଼ବଜାର ମୁଖ୍ୟ ରାସ୍ତା ପାର୍ଶ୍ଵରୁ ଏକାଧିକ ଟ୍ରିପରୁ ଅଧିକ ମୋରମ ବେହି ନେଇଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ପଚାରିବାରୁ ମୋରମ ଚୋରି ହୋଇଥିବା ମୋ ନିକଟରେ ଅଭିଯୋଗ ହୋଇଛି । କିଏ ଚୋରି କରିଛି ଏବଂ ସେ ମୋରମ କେଉଁଠି ପଡିଛି ଓ କେଉଁ କାର୍ଯ୍ୟରେ ଲାଗିବ ସେ ନେଇ ମୋ ପାଖରେ ତଥ୍ୟ ନାହିିଁ ବୋଲି ଇଓ ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି । ଉକ୍ତ ରାସ୍ତାରେ ଫେବର ବ୍ଲକ ପକାଯିବାକୁ ଏଷ୍ଟିମେଟ ହୋଇଛି ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ କାମ ଦିଆଯାଇଛି । ରାସ୍ତାକଡରୁ ବାହାରୁଥିବା ମୋରମ ଯେଉଁଠିକୁ ବି ଯିବ ଏନ୍ଏସି ପ୍ରଶାସନର ଅବଗତରେ ଯିବା କଥା । ସେଥିରେ ବ୍ୟତିକ୍ରମ ହୋଇଛି ଏନେଇ ତଦନ୍ତ କରାଯିବ ବୋଲି ଇଓ ଶ୍ରୀ ମିଶ୍ର କହିଛନ୍ତି । ଅନ୍ୟପଟେ ଉକ୍ତ ମୋରମ ଅନ୍ୟ ଏକ ରାସ୍ତା କାମକୁ ନିଆଯାଇ ବିଲ କରିବାକୁ କଥାବାର୍ତ୍ତା ଚାଲିଥିବା ସହରରେ ଚର୍ଚ୍ଚା ଜୋର ଧରିଛି । ଏହା ଏକ ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏଥିସହ ଏହା ତାଙ୍କ ଜାଣତରେ ନା’ ଅଜାଣତରେ ତାହା ସ୍ଥାନୀୟ ଅଂଚଳବାସୀଙ୍କ ମନରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।