ଓଇଏସ୍‌ ପାଇଥିବା ବିଜୟ ଲକ୍ଷ୍ମୀ କର୍ଲାମୁଣ୍ଡା ବିଇଓ ଭାବେ ନିଯୁକ୍ତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅଲାତରା ଗ୍ରାମର ବିଜୟ ଲକ୍ଷ୍ମୀ ନାଗ ଚଳିତ ଥର ଓଇଏସ୍‌ ପାଇଥିଲେ । ସେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ନିଜର ନିଯୁକ୍ତି ପତ୍ର ପାଇଛନ୍ତି । ତାଙ୍କୁ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ନିଯୁକ୍ତି ପତ୍ର ମିଳିଥିବା ଜଣାଯାଇଛି । ସୂଚନା ଯୋଗ୍ୟ ଯେ, ବିଜୟ ଲକ୍ଷ୍ମୀ ମ.ରାମପୁର ତହସିଲ ଅନ୍ତର୍ଗତ ମାଣିକେରା ରାଜସ୍ବ ନୀରକ୍ଷକ ଭାବରେ କାର୍ଯ୍ୟରତ ଥିଲେ । ତାଙ୍କର ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.