csstore

ପଦ୍ମପୁରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ରାଜାଜୀ ଟାଉନ ହଲଠାରେ ଯୋଗ ମହୋତ୍ସବ ସମିତି ପଦ୍ମପୁର ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱରରେ ବାସ କରୁଥିବା ଭେଉଁରିଆ ଗ୍ରାମର ଚାର୍ଟେଡ ଆକାଉଣ୍ଟେଣ୍ଟ ମାଧବ ସାହୁ ମୁଖ୍ୟ ଅତିଥି ତଥା ନୂଆପାଲି ସ୍ଥିତ ଗୁରୁକୂଳ ନବପ୍ରଭାତ ଆଶ୍ରମର ଆଚାର୍ଯ୍ୟ ବୃହସ୍ପତି ଶାସ୍ତ୍ରୀ ଓ ପଦ୍ମପୁରର ସିଡିପିଓ ତଥା ଯୋଗ ଶିକ୍ଷକ ଶ୍ରୀମତୀ ମିନାକ୍ଷୀ ରାଜ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉତ୍ସବର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ପତଞ୍ଜଳୀ ଯୋଗ ସମିତି, ମାରବାଡ଼ି ଯୁବାମଞ୍ଚ, ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଇତ୍ୟାଦିର ସଭ୍ୟଗଣ ଯୋଗ ଦେଇଥିଲେ । ପଦ୍ମପୁର ନଗରର ବହୁ ସଂଖ୍ୟାରେ ଜନସାଧାରଣ ଏହି ଉତ୍ସବରେ ଉପସ୍ଥିତ ରହି ଯୋଗାଭ୍ୟାସ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ଶିବିରରେ ଗୁରୁକୂଳ ନବପ୍ରଭାତ ଆଶ୍ରମର ଶିଷ୍ୟମାନେ ଯୋଗାଭ୍ୟାସ କରାଇଥିଲେ । ପ୍ରଶାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ତଥା ଭାସ୍କର ଦାଶ, ରୀତେଶ ରଂଜନ ମେହେର, ସମାଜସେବୀ ନିରୋଜ ଦୋରା ପ୍ରମୁଖଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ବାଞ୍ଛାନିଧି ପଣ୍ଡା, ପଦ୍ମନାଭ ଯୋଶୀ, ଡ. ଜୟକୃଷ୍ଣ ପଟେଲ, ସୁରେଶ କୁମାର ପତି, ପ୍ରବୀଣ ପାଣିଗ୍ରାହୀ, ଧୁବନି ଭୋଇ, ସୋମନାଥ ଅଗ୍ରୱାଲ, ଅମିତ ଅଗ୍ରୱାଲ, ଦୀନେଶ ଜୈନ, ବୈଦ୍ୟନାଥ ଅଗ୍ରୱାଲ, ଚନ୍ଦ୍ରମୋହନ ପୁରୋହିତ, ଦୀପକ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ । ଯୋଗ ମହୋତ୍ସବ ସମିତିର ଜିଲ୍ଲା ସଂଯୋଜକ ମାର୍ତ୍ତଣ୍ଡଦେବ ସାହୁ ଏହାର ସଂଯୋଜନା କରିଥିଲେ ।

jayashree
Leave A Reply

Your email address will not be published.