csstore

ଗୁଦେରପାଲିରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଅଞ୍ଚଳବାସୀଙ୍କ ଦୀର୍ଘ ଦିନରୁ ଥିବା ଆଶା ଯାହାକି କୁଣ୍ଡାଖାଇ ସେବା ସମବାୟ ସମିତିଠାରୁ ଗୁଦେରପାଲିରେ ନିଜସ୍ଵ ଏକ ସମବାୟ ସମିତି ଗଠନ କରିବାର ସ୍ୱପ୍ନ ଥିଲା ତାହା ଆଜି ସାକାର ହୋଇଛି । ପ୍ରଥମେ ସମସ୍ତ ଅତିଥି ଏବଂ ଉପସ୍ଥିତ ଚାଷୀମାନେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରିଥିଲେ । ତା’ପରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଗୁଦେରପାଲି କାର୍ଯ୍ୟାଳୟକୁ ମୁଖ୍ୟ ଅତିଥି ପଦ୍ମପୁର ସହକାରୀ ନିବନ୍ଧକ ଗୋପାଳ ପୃସେଠ ଫିତା କାଟି ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଚାଷୀ ନେତା କିଶୋର ଚନ୍ଦ୍ର ଦେବତା, ସରପଞ୍ଚ ରାମଚନ୍ଦ୍ର ପାତ୍ର, ସମବାୟ ସମିତିର ସଭାପତି ବିରେନ୍ଦ୍ର ପ୍ରଧାନ, ସଂଗଠକ ପ୍ରତାପ ବିଶ୍ବାଳ, ଜଗଦିଶ ପାତ୍ର, ଶୁକୃ ମାଝୀ, ଶିବ ପଧାନ, ଗୋଳାପ ନାୟକ, ପିଣ୍ଟୁ ପାତ୍ର, ଦିପ୍ତୀ ବିଶ୍ବାଳ, କୃପାସିନ୍ଧୁ ପାତ୍ର, ମା’ ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟ ତଥା ଏ ଅଞ୍ଚଳର ସମସ୍ତ ଚାଷୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.