oom

ଗାନ୍ଧୀ ପାଠାଗାରରେ ଶୋକସଭା ଓ ରାଣୀବନ୍ଧର ଉନ୍ନତିକରଣ କାର୍ଯ୍ୟ ବନ୍ଦ ଯୋଗୁଁ ଉଦ୍‌ବେଗ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଗାନ୍ଧୀ ପାଠାଗାରର ସାଧାରଣ ପରିଷଦ ବୈଠକ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସଂପାଦକ ପ୍ରଦିପ ସାହୁ ଶୋକ ସନ୍ତପ୍ତ ପ୍ରସ୍ତାବ ଆଗତ କରିଥିଲେ ଏବଂ ମହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ଯାତ୍ରୀଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ପାଠାଗାରର ବରିଷ୍ଠ ସଭ୍ୟ ସ୍ୱର୍ଗତ ପ୍ରହ୍ଲାଦ ମହାନ୍ତିଙ୍କ ମୃତ୍ୟୁ ଯୋଗୁଁ ମଧ୍ୟ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ ପରିବାର ବର୍ଗଙ୍କୁ ପାଠାଗାର ତରଫରୁ ସମବେଦନା ଜ୍ଞାପନ କରାଯାଇଥିଲା । ଉକ୍ତ ସାଧାରଣ ବୈଠକରେ ଉପ-ସଭାପତି ସନ୍ତକ ବହିଦାର ଏବଂ ଅନ୍ୟାନ୍ୟ ସଭ୍ୟ ରାଣୀବନ୍ଧ ଉନ୍ନତିକରଣରେ ଆସିଥିବା ସରକାରୀ ଅନୁଦାନ ବାଟମାରଣା ହୋଇଥିବା ଏବଂ ଏହି କାର୍ଯ୍ୟକୁ ବନ୍ଦ କରିଦିଆଯିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ । ସମସ୍ତ ସଭ୍ୟ ତଥା ପଡାବାସୀ ରାଣୀବନ୍ଧ ଉନ୍ନତିକରଣ ପାଇଁ ଖର୍ଚ୍ଚ ହେଉଥିବା ସରକାରୀ ତଥା ମ୍ୟୁନିସିପାଲିଟିର ଅନୁଦାନ ପଇସା ଅତି ନିମ୍ନମାନର କାମ କରି ସମସ୍ତ ଅନୁଦାନ ବାଟ ମାରଣା କରାଯାଇଥିବାରୁ ଆଜି ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଏହାର ତଦନ୍ତ କରାଯିବାକୁ ଦାବୀପତ୍ର ଦିଆଯାଇଥିଲା । ଏହାର ବିଧିବଦ୍ଧ ତଦନ୍ତ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ପଡାବାସୀ ତଥା ଗାନ୍ଧୀପାଠାଗାର ଚେତାବନୀ ଦେଇଛି । ଉକ୍ତ ସଭାରେ ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି, ନିଳମଣି ମିଶ୍ର, ଅଶୋକ ·ନ୍ଦ, ନବିନ ନନ୍ଦ, ପିତବାସ ପଣ୍ଡା, ଅନୁ ବେହେରା, ବିଶ୍ୱଜିତ ସାହୁ, ଜିତେନ୍ଦ୍ର ନାଗ, ଚିତ୍ତ ରଂଜନ ସାହୁ, ବାବୁ ଶ୍ରୀଚନ୍ଦନ, ମୁନା ସାହୁ, ମହମ୍ମଦ ଅକବର, ଧୃବ ବେହେରା, ବାଦଲ ସାହୁ, କୁନୁ ପାତ୍ର, ପ୍ରମୋଦ ସାହୁ, ଜଶବିର ସିଂହ, ମାନା ଖାନ, ରିୟାଜ ଖାନ, ସୁରୁ ସାହୁ, ଅଙ୍କୁଶ ହୋତା, ବାବୁ ସା, ପ୍ରମୋଦ ପ୍ରଧାନ, ରାମ କୃଷ୍ଣ ମଟାରୀ, ସରୋଜ କୁମାର ନନ୍ଦ, ହରିଶଙ୍କର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.