ppurohit

ଗଞ୍ଜାମ ସାଂସ୍କୃତିକ ମଞ୍ଚ ପକ୍ଷରୁ ଶୋକସଭା

2nd

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମ ପରିସରରେ ଗଞ୍ଜାମ ସାଂସୃତିକ ମଞ୍ଚ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବାହାନଗାରେ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଅନୁଷ୍ଠାନର ଉପଦେଷ୍ଟା ଉମାକାନ୍ତ ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ଶୋକସଭାରେ ଅନୁଷ୍ଠାନର କର୍ମକର୍ତ୍ତା, ସଦସ୍ୟ ଓ ସ୍ଥାନୀୟ ଯୁବ ସ୍ଵେଛାସେବୀମାନଙ୍କୁ ନେଇ ପ୍ରାରମ୍ଭରେ ମୃତକଙ୍କ ଅମର ଆତ୍ମର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରଥନା କରାଯାଇ ଶୋକବ୍ୟକ୍ତ କରାଯାଇଥିଲା । ଗୁରୁତର ଓ ଆହତ ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ତତ୍‌ ସହିତ ରକ୍ତଦାନ ଶିବିର ଭଳି ମହତ କାର୍ଯ୍ୟ ଆୟୋଜିତ କରିବା ନେଇ ମତପ୍ରକାଶ ପାଇଥିଲା । ଶବର କୁମାର ତରାଇ, କୃଷ୍ଣଚନ୍ଦ୍ର ପ୍ରଧାନ ବିଦ୍ୟାଧର ସାହୁ, ସୁଧିର କୁମାର ପାଢ଼ୀ, ନୀଳାଞ୍ଚଳ ବାରିକ, ରାକେଶ ରଞ୍ଜନ ଦାସ, ପ୍ରଦୀପ କୁମାର ପଣ୍ଡା, ହରିହର ବାରିକ, କୃଷ୍ଣଚନ୍ଦ୍ର ଦାଶ, ବିଶ୍ୱନାଥ ବାରିକ, ଅରୁଣ ରାଉଳ, ବିଷ୍ଣୁ କେଶରୀ ସାବତ ପ୍ରମୁଖ ଅନୁଷ୍ଠାନର କର୍ମକର୍ତ୍ତା, ସଦସ୍ୟ ଓ ଯୁବ ସ୍ଵେଛାସେବୀମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.