pakka

ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୋଗଦେଲେ ନୂତନ ଅଧ୍ୟକ୍ଷ

bbehera

ଖପ୍ରାଖୋଲ, (ଅଶୋକ ବାଗ) : ସ୍ଥାନୀୟ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବଳଭଦ୍ର ଦାଶ ବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି । ସେ ବିଦାୟୀ ଅଧ୍ୟକ୍ଷ ପ୍ରମୋଦ କୁମାର ପାଣିଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଦାଶ ନୂତନ ଅଧ୍ୟକ୍ଷ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିବା ପରେ ଅଧ୍ୟାପିକା ମଧୁସ୍ମିତା ସାହୁ, ଅଧ୍ୟାପିକା ମୀନା ସାହୁ, ସହକାରୀ ଗ୍ରନ୍ଥାଗାରିକ ଦିଲିପ ନିଆଲ, ପିଇଟି ହରେଶ କୁମାର ବେହେରା, ଷ୍ଟାଫ କାଉନସିଲ ସଦସ୍ୟ ଜନାର୍ଦ୍ଦନ ସୁନା, ଡିଇଓ ନନ୍ଦକିଶୋର ବାଗ, ବାଳକୃଷ୍ଣ ପୁଞ୍ଜି, ଗୁଣମଣି ସାହୁ ପ୍ରମୁଖ ବିଦ୍ୟାଳୟର କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ବିଦ୍ୟାଳୟର ପରିଚାଳନା କମିଟିର ପୂର୍ବତନ ସଭାପତି ଗଣେଶ୍ୱର ବେହେରା ଏବଂ ପୂର୍ବତନ ସମ୍ପାଦକ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରସିଂହ ବୁଡେକ ଦାୟିତ୍ୱ ଗ୍ରହଣ ସମୟରେ ଉପସ୍ଥିତ ଥିଲେ । ଯେଉଁ ଲକ୍ଷ୍ୟ ନେଇ ଅଂଚଳବାସୀ ଏଠାରେ ମହାବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି ତାହାକୁ ପୂରଣ କରିବା ମୋର ପ୍ରାଥମିକତା ହେବ ବୋଲି ନୂତନ ଅଧ୍ୟକ୍ଷ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ପରେ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ପ୍ରଥମ ଷ୍ଟାଫ କାଉନସିଲ ବୈଠକ ବସିବା ସହିତ ଏଥିରେ +୩ ମହାବିଦ୍ୟାଳୟ ଖୋଲିବା ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିଲା । ସୂଚନା ଯୋଗ୍ୟ ଯେ, ପୂର୍ବରୁ ବଳଭଦ୍ର ଦାଶ ଜାତୀୟ ସେବା ଯୋଜନାର କାର୍ଯ୍ୟକାରୀ ଅଧିକାରୀ ଭାବେ ୬ ବର୍ଷ କାର୍ଯ୍ୟ କରିବା ସହିତ ଯୁବ ରେଡକ୍ରସ ପରାମର୍ଶଦାତା ଭାବେ ସଫଳତାର ସହ କାର୍ଯ୍ୟ କରି ଆସୁଛନ୍ତି । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସମ୍ପାଦକ ସତ୍ୟାନନ୍ଦ ସେନ୍ଦ୍ରିଆ, ପୂର୍ବତନ ବରିଷ୍ଠ ସଦସ୍ୟ ନବୀନ ବେହେରା, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ପବିତ୍ର ପଟେଲ, ବ୍ଲକ ଉପାଧ୍ୟକ୍ଷ ସୁଖିରାମ ଷାଣ୍ଢ, ସମାଜ କର୍ମୀ ଅଭୟ ତ୍ରିପାଠୀ, ବିଧାୟକ ପ୍ରତିନିଧି ରମେଶ ପଧାନ, ସମାଜସେବୀ ଅମୂଲ୍ୟ ଭୋଇ, ଯୁବ ସାମ୍ବାଦିକ ଅଶୋକ ବାଗଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ନୂତନ ଅଧ୍ୟକ୍ଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

17 − 6 =

error: Content is protected !!