pakka

ବିଭିନ୍ନ ଦାବୀ ନେଇ ଜିଲ୍ଲା ମିଳିତ ଅମଲା ମଞ୍ଚର ଆନ୍ଦୋଳନ

bbehera

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ଜିଲ୍ଲା ମିଳିତ ଅମଲା ମଞ୍ଚର କାର୍ଯ୍ୟରତ ଥିବା ସମସ୍ତ ଅମଲା କର୍ମଚାରୀମାନେ ଗତ ମେ’ ୨୨ ତାରିଖ ସୋମବାର ଠାରୁ କଳା ବ୍ୟାଜ ପରିଧାନ କରି କାର୍ଯ୍ୟକରି ଆସୁଛନ୍ତି । ଦରମା ବୃଦ୍ଧିକୁ ନେଇ ପୂର୍ବରୁ ଅନେକ ଥର ରାଜ୍ୟ ସରକାରଙ୍କୁ ଦାବୀ ଜଣାଇଥିଲେ ସୁଦ୍ଧା ଓଡ଼ିଶା ସରକାର ଏଥିପ୍ରତି କୌଣସି ପଦକ୍ଷେପ ଆଜି ପର୍ଯ୍ୟନ୍ତ ନେଇ ନାହାନ୍ତି । ଯାହା ଫଳରେ ଜିଲ୍ଲା ମିଳିତ ଅମଲା ମଞ୍ଚର ଆହ୍ଵାନ କ୍ରମେ ଦାବୀ ପୂରଣ ପାଇଁ ଜିଲ୍ଲାରେ ତଥା ସମଗ୍ର ରାଜ୍ୟରେ ଥିବା ଅମଲା କର୍ମଚାରୀମାନେ କଳା ବ୍ୟାଜ ପରିଧାନ କରି ନିଜ ନିଜ ଅଫିସରେ କାର୍ଯ୍ୟ କରୁଛନ୍ତି । ସେହିପରି ବଣାଇ, ଲହୁଣିପଡା, ଗୁରୁଣ୍ଡିଆ ଓ କୋଇଡ଼ା ଅଞ୍ଚଳରେ ଥିବା ସମସ୍ତ ଅମଲା କର୍ମଚାରୀମାନେ ମଧ୍ୟ ମେ’ ୨୨ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ ପରିଧାନ କରିଛନ୍ତି । ମେ’ ମାସ ୩୧ ତାରିଖ ସୁଦ୍ଧା ସରକାର ଯଦି ଦାବୀକୁ ଗ୍ରହଣ ନ କରନ୍ତି ତା’ହେଲେ ଜୁନ୍‌ ମାସ ୧ ତାରିଖରୁ ଓଡିଶା ଅମଲା କର୍ମଚାରୀ ସମୁହ ଛୁଟିରେ ରହିବାକୁ ଚେତାବନୀ ଦେଇଥିବା ବେଳେ ଆଜି ଧାରଣାକୁ ଓହ୍ଲାଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୨୦୧୭ ମସିହାରୁ ଅମଲାମାନଙ୍କର ପ୍ରବେଶିକା ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନକୁ ବୃଦ୍ଧି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର ସେମାନଙ୍କ ଦରମା ବୃଦ୍ଧିକୁ ନେଇ ପାତର ଅନ୍ତର ନୀତି ଅବଲମ୍ବନ କରି ଆସୁଛନ୍ତି । ଏହି ନୀତିକୁ ବିରୋଧ କରି ପୂର୍ବରୁ ଅମଲା କର୍ମଚାରୀମାନେ ଅନେକ ଥର ବିରୋଧ କରି ଆସୁଛନ୍ତି । ଆଗାମୀ ୩୧ ତାରିଖ ଭିତରେ ସରକାର ଯଦି ଏହି ଦାବୀକୁ ପୂରଣ ନ କରନ୍ତି ତେବେ ଜୁନ୍‌ ମାସ ୧ ତାରିଖରୁ ସମସ୍ତ ଅମଲା କର୍ମଚାରୀ ସମୁହ ଅନିର୍ଦ୍ଦିଷ୍ଟ ଦିନ ପାଇଁ ଛୁଟିରେ ରହିବେ ବୋଲି ଜିଲ୍ଲା ମିଳିତ ଅମଲା ମଞ୍ଚ ବଣାଇ ଶାଖା ସଭାପତି ସଞ୍ଜୟ ବ୍ରହ୍ମ ଏକ ଲିଖିତ ପ୍ରେସ୍‌ ବିବୃତ୍ତିରେ ଜଣାଇଛନ୍ତି ।

Leave A Reply

Your email address will not be published.

twenty + three =