ଟିଟିଲାଗଡରେ ଜିଓ ଗ୍ରାହକ ଅସନ୍ତୋଷ : ନେଟ ଶୀଘ୍ର ସରୁଥିବା ଅଭିଯୋଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦେଶର ଅଗ୍ରଣୀ ସେବା ଯୋଗାଉଥିବା କମ୍ପାନୀ ମଧ୍ୟରୁ ଜିଓ ଅନ୍ୟତମ । ଏହି କମ୍ପାନୀର ଟାୱାର ତଥା ନେଟୱର୍କ ସ୍ପିଡ ଥିବା ଯୋଗୁଁ ଲୋକେ ବହୁଳ ପରିମାଣରେ ଏହି କମ୍ପାନୀର ସିମ୍ କିଣିବା ସହ ବ୍ୟବହାର କରୁଛନ୍ତି । ଟିଟିଲାଗଡ ସହରରେ କିଛି ଦିନ ହେବ କେତେ ଡାଟା ପେକ ଅତି ଶୀଘ୍ର ସରିଯିବା, ୫୦ ପ୍ରତିଶତ ସରିଲେ ମେସେଜ ଆସିବା ବନ୍ଦ ହୋଇଛି, ଯଦ୍ୱାରା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ୫୦ ପ୍ରତିଶତ ସରିବା ପରେ ଭଲ ଭାବେ ନେଟ ମଧ୍ୟ କାମ କରୁନାହିଁ, ନେଟ ସ୍ଲୋ ହୋଇଯିବା ଭଳି ଅଭିଯୋଗ ହେଉଛି । ଏ ଦିଗରେ ସେବା ଯୋଗାଉଥିବା କମ୍ପାନୀ ଜିଓ କମ୍ପାନୀ ଧ୍ୟାନ ଦେବା ସହ ଗ୍ରାହକଙ୍କୁ କିପରି ଉଚିତ୍‌ ସେବା ଯୋଗାଇଦେବ ସେ ଦିଗରେ ସମାଧାନ କରାଯାଉ ବୋଲି ଗ୍ରାହକମାନେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.