csstore

ଛତିଶଗଡ଼ ରାଜ୍ୟପାଳଙ୍କୁ ନୃସିଂହନାଥ ପରିଦର୍ଶନରେ ଆସିବା ପାଇଁ ନିମନ୍ତ୍ରଣ କଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ଛତିଶଗଡ଼ର ରାଜ୍ୟପାଳ ବିଶ୍ଵଭୂଷଣ ହରି ଚନ୍ଦନଙ୍କୁ ରାୟପୁର ରାଜ ଭବନରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ସାକ୍ଷାତ କରି ଛତିଶଗଡ଼ ଗଙ୍ଗା ଭାବେ ପରିଚିତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ପରିଦର୍ଶନରେ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି । ଶ୍ରୀ ପୁରୋହିତଙ୍କ ସହ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରତିମା ପୁରୋହିତ ମଧ୍ୟ ମହାମହିମ ରାଜ୍ୟପାଳଙ୍କୁ ରାଜ ଭବନରେ ଭେଟି ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟପାଳ ଓଡ଼ିଶାର ନୃସିଂହନାଥ ମନ୍ଦିର ପରିଦର୍ଶନରେ ଆସିବା ପାଇଁ ପ୍ରତିଶୃତି ଦେଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.