oom

ବାରବନ୍ଧା ଓ ଡୁଡୁକାରଂଜା ଇଲାକାରେ ଲାଗିଲା ମାଓ ପୋଷ୍ଟର

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ପଂଚାୟତ ବାରବନ୍ଧା ଓ ଡୁଡୁକାରଂଜା ପଂଚାୟତର ବିଭିନ୍ନ ସ୍ଥାନ ଯଥା ପଂଚାୟତ ଅଫିସ, ବେଲଗାଁ ଛକ, ଡୁଡୁକାରଂଜା ଛକ ଇତ୍ୟାଦିରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ତେବେ ଏହି ସବୁ ପୋଷ୍ଟରରେ ପୂର୍ବରୁ ନିହତ ମାଓବାଦୀ ପଦ୍ମା ଓ କମଳାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ତଥା ସେମାନଙ୍କ ଖାଲି ସ୍ଥାନ ପୂରଣ କରିବା ଭଳି ଅନେକ ଦାବୀ ରଖିଛନ୍ତି । ଏହି ପୋଷ୍ଟରରେ ପୋଲିସ ଇନ୍‌ଫର୍ମର୍ କାମ କରନ୍ତୁ ନାହିଁ, ଇନ୍‌ଫର୍ମର୍‌ ଭାବେ କାମ କରୁଥିବା ବ୍ୟକ୍ତି ଉକ୍ତ କାମ ଛାଡ଼ିବାକୁ ମାଓବାଦୀ ପାର୍ଟି(କେକେବିଏନ୍‌) ଡ଼ିଭିଜନାଲ କମିଟି ଆହ୍ୱାନ କରୁଛି, ଟଙ୍କା ବଡ଼ ନୁହେଁ, ଜୀବନ ବଡ଼ ଭାବି ପୁଲିସ ଖବରଦାତା କାମ ଛାଡ଼ନ୍ତୁ, ପୁଲିସର କଥାରେ ନିଜ ମାନବିକତାକୁ ବିକି ମରନ୍ତୁ ନାହିଁ, ପୁଲିସ ଅଫିସର ଓ ଗୁଇନ୍ଦା ଅଫିସରର ଭୟ, ଚାପ ଓ ପ୍ରଲୋଭନରେ ପଡ଼ନ୍ତୁ ନାହିଁ, ଗାଁ ଗାଁରେ ପୁଲିସ ସୂଚନାଦାତାଙ୍କୁ ଚିହ୍ନିତ କରି ମାଓବାଦୀ ପାର୍ଟିକୁ ସୂଚନା ଦିଅନ୍ତୁ ଏବଂ ନବୁଝିବା ପୁଲିସ ସୂଚନାଦାତାଙ୍କୁ ଗାଁରୁ ବହିସ୍କାର କରନ୍ତୁ । ମାଓବାଦୀ ପାର୍ଟି ଆପଣମାନଙ୍କର, ପାର୍ଟି ଉପରେ ବିଶ୍ୱାସ ଓ ଭରସା ରଖ, ପାର୍ଟିକୁ ବଂଚାଇବା ଆପଣମାନଙ୍କ ଦାୟିତ୍ୱ, ପାର୍ଟି ବିରୁଦ୍ଧରେ ଓ ପୁଲିସକୁ ସୂଚନା ଦେବା ପାଇଁ କହୁଥିବା ବ୍ୟକ୍ତିଙ୍କୁ ବିରୋଧ କର । ଆଦିବାସୀ, ଦଳିତ ଯୁବକମାନେ ଆରଏସ୍‌ଏସ୍ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳରେ ଯୋଗ ଦିଅନ୍ତୁ ନାହିଁ । କାରଣ ସଂଘ ପରିବାର ଆଦିବାସୀ, ଦଳିତ ବିରୋଧୀ ଅଟେ । ପୁଲିସ ଇନ୍‌ଫର୍ମର୍ ବଦଳେ ହାତକୁ କାମ ପାଇଁ ସରକାର ପାଖରେ ଦାବୀ କରନ୍ତୁ ବୋଲି ଉଲ୍ଲେଖ ରହିଛି । ପ୍ରତିଦିନ ଅଂଚଳରେ ମାଓ ପୋଷ୍ଟର କାରଣରୁ ଲୋକେ ଭୟଭୀତ ହେଉଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.