ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ତୁଷୁରାରେ ଷଡ଼ବଂଶୀୟ ଗୋଁଡ ସମାଜ ଗୁଡଭେଲା ବ୍ଲକ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁଡ଼ଭେଲା ବ୍ଲକ ସହ ଦେଓଗାଁ, ବଲାଙ୍ଗିର, ପୁଇିଁନ୍ତଲା, ଲୋଇସିଂହା, ଆଗଲପୁର, କଣ୍ଟାବାଞ୍ଜି ସହ ବିଭିନ୍ନ ବ୍ଲକର ବରିଷ୍ଠ ସଦସ୍ୟ, ସଦସ୍ୟା ଏହି ବୈଠକରେ ଉପସ୍ଥିତ ଥିଲେ । ସେଠାରେ ସମାଜର ସଂସ୍କୃତି, ପରମ୍ପରା ଓ ଶିକ୍ଷା କ୍ଷେତ୍ରରେ ଗୁରୁତ୍ଵ ଦିଆଯାଇଥିଲା । ସମସ୍ତ ସଭ୍ୟ, ସଭ୍ୟା ନିଜ ନିଜ ମତ ରଖିଥିଲେ । ଏହାସହ ବିଘ୍ନରାଜ ଧରୁଆଙ୍କୁ ଗୁଡ଼ଭେଲା ବ୍ଲକର ସଭାପତି ଭାବେ ମନୋନୀତ କରାଯାଇଥିଲା । ଶେଷରେ ଜିଲ୍ଲା ସଭାପତି ବୀରବର ଧରୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post