oom

ମୃତ ଦାଦନଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ କଲେ ଜିଲ୍ଲା ଯାଦବ ସମାଜ କାର୍ଯ୍ୟକର୍ତ୍ତା

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ। ତେବେ ପ୍ରତ୍ୟେକ ବର୍ଷ ଦାଦନ ଖଟିବା ପାଇଁ ହଜାର ହଜାର ଲୋକ ବାହାର ରାଜ୍ୟକୁ ଯାଇ ଥାଆନ୍ତି । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଅଧୀନ ନୂଆମୁଣ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ମତେ ନୂଆମୁଣ୍ତା ଗ୍ରାମର ସତ୍ୟବାନ ରାଜପଲିଆ(୪୮) ଦାଦନ ଖଟିବା ପାଇଁ ଟ୍ରେନ୍ ଯୋଗେ ହାଇଦ୍ରାବାଦ ଯାଉଥିବା ବେଳେ ଗତ ନଭେମ୍ବର ୧୮ ତାରିଖ କନ୍ନୁର ଷ୍ଟେସନରେ ଟ୍ରେନ୍ ଉପରୁ ଖସି ପଡି ମୃତ୍ୟୁବରଣ କରିଥିଲେ । ତେବେ ମୃତ୍ୟୁବରଣ କରିବା ପରେ ତାଙ୍କ ମର ଶରୀର ତାଙ୍କ ଘରକୁ ଫେରି ନ ଥିବାବେଳେ ଦାଦନ ସର୍ଦ୍ଦାରମାନେ ସେହି ଶରୀରକୁ ସେହି ସ୍ଥାନରେ ଛାଡି ଦେଇ ପଳାଇ ଯାଇଥିଲେ । ଏବେ ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି ତା‌ଙ୍କ ପରିବାର ଲୋକେ । ଖବର ପାଇବା ପରେ ଆଜି ରାଜ୍ୟ ଯାଦବ ମହାସଭା ଲିଗାଲ୍ ସେଲ୍ ସଭାପତି ମନୋଜ ହାତୀ, ଜିଲ୍ଲା ପ୍ରବକ୍ତା ଗୌରଚନ୍ଦ୍ର ରାଜପଲିଆ, ଜିଲ୍ଲା ଯୁବ ଯାଦବ ସଭାପତି ତଥା ଆଇନଜୀବୀ ଦିଲ୍ଲିପ ରାଜପଲିଆ ପ୍ରମୁଖ ସତ୍ୟବାନଙ୍କ ନୂଆମୁଣ୍ତା ସ୍ଥିତ ବାସଭବନରେ ପହଞ୍ଚି ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଥିଲେ । ସତ୍ୟବାନ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ସତ୍ୟବାନଙ୍କ ଅବର୍ତ୍ତମାନରେ ସ୍ତ୍ରୀଙ୍କ ସମେତ ଦୁଇ ପୁଅ ଓ ଦୁଇ ଝିଅ ବେସହାରା ହୋଇ ପଡିଛନ୍ତି । ସରକାର ରୋଜଗାର ଯୋଗାଇବାରେ ବିଫଳ ହେବାର ଫଳସ୍ବରୂପ ଲୋକେ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି । ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ସରକାର ଫଳପ୍ରଦ ପଦକ୍ଷେପ ନିଅନ୍ତୁ । ନଚେତ୍ ଯାଦବ ସମାଜ ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଲିଗାଲ ସେଲ ସଭାପତି ମନୋଜ ହାତୀ ପ୍ରକାଶ କରିଛନ୍ତି । ଏହି ଅବସରରେ ୱାର୍ଡ ସଭ୍ୟ ଉଗ୍ରସେନ ରାଜପଲିଆ, ଦୟାନିଧି ରାଜପଲିଆ, ଦୀପକ ବାଗ, ଭାବଗ୍ରାହୀ ଉଦୁରକୁଲିଆ ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସତ୍ୟବାନଙ୍କ ପରିବାରକୁ ସହାୟତା ଯୋଗାଇଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.