କୋଭିଡ୍‌ ସେଣ୍ଟରରେ ଡାକ୍ତରଙ୍କ ଦ୍ୱାରା ଯୌନ ନିର୍ଯ୍ୟାତନା ଘଟଣା : ସରକାର ଦେଲେ ତଦନ୍ତ ନିର୍ଦ୍ଦେଶ, ତଦନ୍ତ କରିବ ଡିଏମ୍‌ଇଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ଉପକଣ୍ଟରେ ଥିବା କୋଭିଡ କେଆର ସେଣ୍ଟରରେ ଜନୈକ ଆୟୁଷ ଡାକ୍ତରଙ୍କ ଦ୍ୱାରା ଘଟିଯାଇଥିବା ଯୌନ ନିର୍ଯ୍ୟାତନା ଘଟଣା ଅଜକୁ ତିନି ମାସ ବିତି ଯାଇଛି । ସହରର ଜନୈକ ଦଳିତ ମହିଳା ଏହି ଘଟଣାର ପୀଡିତା । ସେହି ସମୟରେ କରୋନା ସଂକ୍ରମଣ ଶିଖର ସ୍ତରରେ ଥିବା ବେଳେ ଆୟୁଷ ଡାକ୍ତର ଜଣକ ମଧ୍ୟରାତ୍ରରେ ପୀଡିତ ମହିଳା କରୋନା ରୋଗୀଙ୍କୁ ଯୌନ ନିର୍ଯ୍ୟାତନା ଦେବାର ଅଭିଯୋଗ ହୋଇଥିଲ। । ଘଟଣା ସମୟରେ ପୀଡିତା ଭୟରେ ଚିତ୍କାର କରିବାରୁ ସେଠାରେ ଚିକିତ୍ସାଧୀନ ଥିବା ଅନ୍ୟ କରୋନା ରୋଗୀର ସଂପର୍କୀୟମାନେ ଡାକ୍ତରଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ । ସେହି ସମୟରେ ଏହି ଘଟଣା ବଲାଙ୍ଗିରରେ ଚର୍ଚ୍ଚାର ବିଷୟ ହେବା ସହ କରୋନା ପୀଡିତା ମହିଳା ରୋଗୀମାନ‌ଙ୍କ ଭିତରେ ଭୟ ସଂଚାର କରିଥିଲା । ସେହି ଘଟଣାର ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି ସବୁଆଡୁ ଦାବୀ ହୋଇଥିଲା । ଗତକାଲି ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ସ୍ତରରେ ଜିଲ୍ଲା ପୋଲିସ ତଥା ଜିଲ୍ଲା ଚିକିତ୍ସା ଅଧିକାରୀ ଏହି ଘଟଣାକୁ ଚପାଇ ଦେବା ଉଦ୍ୟମ ଅଭିଯୋଗ ହୋଇଥିବାରୁ ଏହାର ତଦନ୍ତ ତଥା ଅନୁସନ୍ଧାନ (ଡିଏମଇଟି) ରାଜ୍ୟ ସ୍ୱାସ୍ଥ୍ୟ, ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ କରିବେ ବୋଲି ରାଜ୍ୟ ସରକାର ନିଦ୍ଦେର୍ଶ ଦେଇଛନ୍ତି । ବହୁତ ଶୀଘ୍ର ଡଏମଇଟି ର ଏକ ତଦନ୍ତକାରୀ ଦଳ ବଲାଙ୍ଗିର ଆସି ଏହି ଘଟଣାର ଅନୁସନ୍ଧାନ କରିବେ ଓ ଘଟଣାର ଅଭିଯୁକ୍ତ ତଥା ଏହି ଯୌନ ନିର୍ଯ୍ୟାତନା ଘଟଣାର ପ‌ର୍ଦ୍ଦାଫାଶ ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.