ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : କାର୍‌ ଧକ୍କାରେ ୩ ମୃତ

ଅନୁଗୋଳ : ତାଳଚେର ଗୋବରା ଗାଁରେ କାର ଧକ୍କାରେ ୩ ଜଣଙ୍କର ମୁତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ବୟସ୍କ ମହିଳା ଏବଂ ୨ ଶିଶୁ ଅଛନ୍ତି । ଡ୍ରାଇଭର ଜଣଙ୍କ ନିଶାସକ୍ତ ଅବସ୍ଥାରେ ଏପରି କାଣ୍ଡ ଭିଆଇଥିବା କୁହାଯାଇଛି । ଜେଜେମା ପ୍ରମିଳା ପ୍ରଧାନ ତାଙ୍କ ୨ ନାତିଙ୍କୁ ଘର ଆଗରେ ଖେଳାଉ ଥିଲେ । ସେହି ସମୟରେ ଏହିପରି ଅଘଟଣ ଘଟିଛି । ଘଟଣାସ୍ଥଳରେ ବିକ୍ରମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକମାନେ ହେଲେ ଜେଜେମା ପ୍ରମିଳା ପ୍ରଧାନ, ଦୁଇ ନାତି ପୁନମ ପ୍ରଧାନ(୭) ଏବଂ ଗୁଗୁ ପ୍ରଧାନ(୫) । ସେପଟେ ବିକ୍ରମପୁର ପୋଲିସ ଡ୍ରାଇଭରକୁ ଅଟକ ରଖି ଅଧିକ ପଚରାଉଚୁରା ଚଳାଇଛି । ଦୁର୍ଘଟଣାଗ୍ରସ୍ତ କାର ଭିତରୁ କିଛି ନିଶାଦ୍ରବ୍ୟ ଜବତ ହୋଇଥିବା ପୋଲିସ କହିଛି ।

Leave A Reply

Your email address will not be published.