କେନ୍ଦ୍ରାପଡା ଗସ୍ତରେ ଯିବେ ୫ଟି ସଚିବ

କେନ୍ଦ୍ରାପଡା : ରାଜ୍ୟ ସରକାରଙ୍କ ୫-ଟିସଚିବ ଭି.କେ. ପାଣ୍ଡିଆନ୍ ଆଜି ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଆସୁଛନ୍ତି । ଜିଲ୍ଲାପ୍ରଶାସନ ପକ୍ଷରୁ ହସ୍ତଗତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଆଜି ପୂର୍ବାହ୍ନ ୧୧ ଟାରେ ୫-ଟି ସଚିବ ଜମଧର ଠାରେ ପହଁଚି ନିର୍ମାଣାଧୀନ ଶୀତଳଭଣ୍ଡାର କାର୍ଯ୍ୟ ସମୀକ୍ଷା କରିବେ । ପରେ ପରେ ଜଝାଙ୍ଗଠାରେ କାଇଁଚ ଶିଳ୍ପରେ ନିୟୋଜିତ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ଭେଟିବେ । ଦିନ ତମାନ ବିଭିନ୍ନ ସମୟରେ ୫ଟି ସଚିବ ପଟ୍ଟାମୁଣ୍ଡାଇ, ଡେରାବିଶ, ମହାକାଲପଡ଼ା ବ୍ଲକ୍‌ର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟ ପରିଦର୍ଶନ କରିବେ । ଏହି କାର୍ଯ୍ୟସୂଚୀ ମଧ୍ୟରେ ୫ଟି ସଚିବଙ୍କର ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

Leave A Reply

Your email address will not be published.