ମଇ ୫ରେ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ସନ୍ଥକବିଙ୍କ ଜୟନ୍ତୀ

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ଆଗାମୀ ମଇ ମାସ ୫ ତାରିଖରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହେବ ବୋଲି ଜଣାପଡିଛି । ଏନେଇ ବିଧିବଦ୍ଧ ଭାବରେ ଏକ ପ୍ରସ୍ତୁତି ବୈଠକ ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସଂପାଦକ ହେମନ୍ତ ସାହୁ ପୂର୍ବ ବୈଠକର ବିବରଣୀ ସହିତ ସନ୍ଥକବିଙ୍କ ଜୟନ୍ତୀ ପାଳନର ରୂପରେଖ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଉଦୟ ନାୟକ, ବରିଷ୍ଠ ସଦସ୍ୟ ହୃଦାନନ୍ଦ ସାହୁ, ସଂକୀର୍ତ୍ତନ ଘିଭେଲା, ପରମାନନ୍ଦ ବିଶି, ମାନସ ରଂଜନ ପ୍ରହରାଜ, ମଧୁସୂଦନ ସିଂହ, ନିରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.