csstore

ଗୀତା ଯଜ୍ଞ ସମାପନ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର କଲେଜପଡ଼ା, ଉତେଇବିହାର ଠାରେ ଥିବା ସତ୍‌ସଙ୍ଗ କମିଟି ତରଫରୁ ଗୀତା ଯଜ୍ଞ ସମାପନ ହୋଇଯାଇଛି । ମୁଖ୍ୟ ଉପଦେଷ୍ଟା ସୁବାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏହି ପୂଜା କାର୍ଯ୍ୟ ସମାପନ ହୋଇଥିବା ବେଳେ ସଂପାଦକ କୁଳମଣି ଦାଶ ଯଜ୍ଞକର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ । କ୍ଷୀରୋଦ ବିହାରୀ ଦାସ(ପିଚି) ପୂଜକ ଦାୟିତ୍ୱ ନିର୍ବାହ କରିଥିବା ବେଳେ ସଭାପତି ନବୀନ କୁମାର ପ୍ରଧାନ, ସଂପାଦକ କୁଳମଣି ଦାସ, କୋଷାଧ୍ୟକ୍ଷ ବିଚିତ୍ରାନନ୍ଦ ମହାନ୍ତି, ଶମ୍ଭୁଭୂଷଣ ସାହୁ, ବନମାଳୀ ମହାଖୁଡୁ, ରାମେଶ୍ୱର ପ୍ରସାଦ ସାହୁ, ବିରଂଚି ମାଝୀ, ନବୀନ କୁମାର ସାହୁ, ନରେଶ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.