csstore

ସାନମୂଲା ଗାଁରେ ସ୍ୱାଭିମାନ ବିଚାର ମଞ୍ଚ ବୈଠକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ବଲଧା ପଞ୍ଚାୟତ ସାନମୁଲା ଗ୍ରାମର ପୁଟେଲ ନର୍ସରୀଠାରେ “ସ୍ୱାଭିମାନ ବିଚାର ମଞ୍ଚ” ଅନୁଷ୍ଠାନ ଆନୁକୂଲ୍ୟରେ ଏକ ଖୋଲା ଜନମଞ୍ଚ (ବିଚାର ସଭା) ଅନୁଷ୍ଠିତ ହୋଇଥିଲା । ହୃଷିକେଶ ପୁଟେଲଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ବିଶ୍ଵମ୍ବର ସାହୁ ସଂଯୋଜନା କରିଥିଲେ ଏବଂ ଉପଦେଷ୍ଟା ଭାବରେ ଯୋଗଦାନ କରିଥିଲେ ମୁରିବାହାଲ ବିଜେଡି ବରିଷ୍ଠ ନେତା ଦିଲୀପ କୁମାର ପୃଷ୍ଟି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକରୁ ବିଭିନ୍ନ ପଦାଧିକାରୀ ଉକ୍ତ ସଭାରେ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ତୁରେକେଲା ବ୍ଲକରୁ ଦେବରାଜ ପୁଟେଲ ସରପଞ୍ଚ କନ୍ଦେଇ ଜିପି, ଚାମ୍ପେଶ୍ୱର ନାଏକ ନାଏବ ସରପଞ୍ଚ ମହଖଣ୍ଡ, ଦିଲୀପ ହଂସ, ଗୋବର୍ଦ୍ଧନ ହଂସ, ନୂତନ ମାଝୀ, ପିତାମ୍ବର ବାଗ, ବଙ୍ଗୋମୁଣ୍ଡା ବ୍ଲକରୁ କିଶୋର ବଘେଲ, ବିଶ୍ଵମ୍ବର ସାହୁ, ହୃଷିକେଶ ପୁଟେଲ, ଟୁନା ଛତ୍ରିଆ ଛତରଙ୍ଗ, ସରୋଜ କୁମାର ସିଂଦେଓ, ମୁରିବାହାଲ ବ୍ଲକରୁ ଦିଲୀପ କୁମାର ପୃଷ୍ଟି, ଦିଲୀପ ମହାନ୍ତି, ତପନ ଦୀପ, ପିଣ୍ଟୁ ଦୀପଙ୍କ ସହିତ ବହୁ କର୍ମକର୍ତ୍ତା । ଉକ୍ତ ସଭାର ମୁଖ୍ୟ ଆଲୋଚନା ଥିଲା ଆଗାମୀ ୨୦୨୪ ନିର୍ବାଚନ । ଆଗାମୀ ଓଡିଶା ବିଧାନସଭା ନିର୍ବାଚନରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାଯିବା ପାଇଁ ବହୁ ପ୍ରୟାସ କରାଯିବା ପାଇଁ ଆଲୋଚନା କରାଗଲା । ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାକୁ ସଠିକ କାର୍ଯ୍ୟକାରୀ କରିବା ପାଇଁ କଣ୍ଟାବାଞ୍ଜିରୁ ବିଜେଡି ବିଧାୟକ ଅତି ଜରୁରୀ ଅଟେ ଏଣୁ ଆମ୍ଭେ ଆଗାମୀ ଦିନରେ ବିଜେଡିର ସମୃଦ୍ଧି ଓ ସଂଗଠନ ପାଇଁ ହଂସରାଜ ଜୈନ ସଦସ୍ୟ ପଶ୍ଚିମ ଓଡିଶା ବିକାଶ ପରିଷଦ, ସମ୍ପାଦକ ଓଡିଶା ରାଜ୍ୟ ବିଜୁ ଜନତା ଦଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ତତ୍ୱାବଧାନରେ ତିନୋଟି ବ୍ଲକର ସଂଗଠନ କାର୍ଯ୍ୟ କରିବୁ ବୋଲି ଆଲୋଚନା କରିଥିଲେ । ଆଗାମୀ ଦିନରେ ଆମ୍ଭେ ଓ ଆମ୍ଭ ଭଳି ଅନେକ ଅନୁଷ୍ଠାନ ଏବଂ ଚାଷୀ, ଶ୍ରମିକ, ସାଧାରଣ ଜନତାଙ୍କ ପାଖରେ ସମ୍ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଯୋଜନା ଓ ବାର୍ତ୍ତା ପହଞ୍ଚାଇ ବିଜେଡିକୁ ତୃଣମୂଳ ସ୍ତରରୁ ସମୃଦ୍ଧ କରିବୁ ବୋଲି ନିଷ୍ପତ୍ତି ନେଇଥିଲେ ।

jayashree
Leave A Reply

Your email address will not be published.