ବଲାଙ୍ଗିର ଲିଗ୍‌ କ୍ରିକେଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବଲାଙ୍ଗିର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଘାଟିତ ହୋଇଯାଇଛି । ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ପୋର୍ଟସ ଲଭର ତଥା ପଶ୍ଚିମ ଓଡିଶାର ଜଣେ ସୁପରିଚିତ ବ୍ୟକ୍ତି ରିକନ୍‌ ମହନ୍ତି ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟିତ କରିଥିଲେ । ଆଜିର ପ୍ରଥମ ମ୍ୟାଚ ସାନ୍‌ଭି ଓ ଏଏଫ୍‌ସିସି ମଧ୍ୟରେ ଅନୁଷ୍ଠିତ ହୋଇଥିଲେ । ଟସ୍‌ ଜିଣି ଏଏଫ୍‌ସିସି ଦଳ ପ୍ରଥମେ ଫିଲଡିଂ କରିବାର ନିଷ୍ପତ୍ତି ନେଇଥିଲେ । ସାନ୍‌ଭି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୫୧ ରନ୍‌ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଅଂଶୁମାନ ମିଶ୍ର ଅପରାଜିତ ୬୧ ରନ୍‌ ସଂଗ୍ରହ କରିଥିଲେ । ୧୫୨ ରନ୍‌ ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିବା ଏଏଫ୍‌ସିସି ଦଳ ୧୪.୧ ଓଭରରେ ୪ ଓି୍ୱକେଟ ବିନିମୟରେ ୧୫୪ ରନ୍‌ କରି ବିଜୟୀ ହୋଇଥିଲେ । ଏଏଫ୍‌ସିସି ଦଳ ପକ୍ଷରୁ ଲକି ଅପରାଜିତ ୫୯ ରନ୍‌ ଓ ବାଦଲ ଖମାରି ୪୪ ରନ୍‌ ସଂଗ୍ରହ କରିଥିଲେ । ସେହିପରି ଭାବରେ ଆଜିର ଦ୍ୱିତୀୟ ମ୍ୟାଚ ତୁଷାର ରୟାଲ ଟିମ୍‌ ଓ ସ୍ୱରାଜ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସ୍ୱରାଜ ଦଳ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୫୭ ରନ୍‌ ସଂଗ୍ରହ କରିଥିଲେ । ଦଳ ତରଫରୁ ସର୍ବାଧିକ ଧର୍ମେନ୍ଦ୍ର ମିଶ୍ର ୪୫ ରନ୍‌ ସଂଗ୍ରହ କରିଥିଲେ । ତୁଷାର ରୟାଲ ଦଳ ତରଫରୁ ସଫଳ ବୋଲର ଭାବରେ ବାବୁଲୁ ସେଠି ୨ ଗୋଟି ଏବଂ ରାହୁଲ ସାହୁ ଗୋଟିଏ ଓି୍ୱକେଟ ଅକ୍ତିଆର କରିଥିଲେ । ୧୫୮ ରନର ବିଜୟ ଲକ୍ଷ୍ୟକୁ ତୁଷାର ରୟାଲ ଦଳ ୧୯.୪ ଓଭରରେ ୮ ୱିକେଟ ହରାଇ ଆବଶ୍ୟକୀୟ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲେ । ତୁଷାର ରୟାଲ ଦଳ ତରଫରୁ ବାବୁଲୁ ସେଠି ୪୫ ରନ୍‌ ଓ ରାହୁଲ ସାହୁ ୩୭ ରନ୍‌ ସଂଗ୍ରହ କରି ବିଜୟୀ ହେବାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସ୍ୱରାଜ ଦଳ ତରଫରୁ ସଫଳ ବୋଲର ଭାବରେ ଖଗେ ସର୍ବାଧିକ ୩ ଗୋଟି ୱିକେଟ ଓ ଧର୍ମେନ୍ଦ୍ର ମିଶ୍ର ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଆଜିର ଏହି ମ୍ୟାଚ୍‌କୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପିୟାର ପୃଥ୍ୱୀରାଜ ମିଶ୍ର, ସମୀର ପାଣିଗ୍ରାହୀ, ଶ୍ୟାମ ସୁନ୍ଦର ପଣ୍ଡା ଓ ରାଜେନ୍ଦ୍ର ସେଠ ପରିଚାଳନା କରିଥିବା ବେଳେ ଜଗପତି ନାଏକ ସ୍କୋରର ଦାୟିତ୍ୱ ତୁଳାଇଥିଲେ । ଏହାକୁ ଯାଜପୁରର ସୁରଜ ପରିଚାଳନା କରୁଥିଲେ ।

Leave A Reply

Your email address will not be published.