oom

ଜାଲ୍‌ ପ୍ରମାଣପତ୍ରରେ ଅଙ୍ଗନୱାଡି କର୍ମୀ ନିଯୁକ୍ତି ମାମଲା : ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ସହ ୫୦୦୦ ହଜାର ଟଙ୍କା ଜୋରିମାନା

jsmm

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଜଣେ ଅଭିଯୁକ୍ତ ଜାଲ୍‌ ପ୍ରମାଣପତ୍ର ଦେଇ ଅଙ୍ଗନୱାଡି କର୍ମୀ ନିଯୁକ୍ତି ହୋଇଥିବା ନେଇ ବିଚାରାଧୀନ ମାମଲାର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତଙ୍କୁ ସୋମବାର ହରଭଙ୍ଗା ଜେଏମଏଫସି କୋର୍ଟ ୩ ବର୍ଷ ଜେଲ୍‌ ଦଣ୍ଡ ସହ ୫୦୦୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ହରଭଙ୍ଗା ଥାନା ଜବଲପୁର ଗ୍ରାମର ପୁଷ୍ପାଞ୍ଜଳି ଜଗଦଳା ନାମକ ଜଣେ ଅଙ୍ଗନୱାଡି କର୍ମୀ ବୌଦ୍ଧ ଜିଲ୍ଲା ସିଙ୍ଗାରି ହାଇସ୍କୁଲରୁ ଜାଲ୍‌ ଦଶମ ଶ୍ରେଣୀ ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ବେଳେ ଏହାକୁ ନେଇ ୨୦୧୪ ମସିହାରେ ଅପର ପକ୍ଷ ଲୋକ ସୂଚନା ଅଧିକାର ଆଇନ ବଳରେ କର୍ମୀଙ୍କ ନିଯୁକ୍ତି ନେଇ ତଥ୍ୟ ମାଗିଥିଲେ । ପ୍ରମାଣପତ୍ର ଜାଲ୍‌ ଥିବା ଜାଣି ଉପସ୍ଥିତ ଅଧିକାରୀଙ୍କୁ ଅଭିଯୋଗ ସହ ଥାନାରେ ମାମଲା ରୁଜୁ କରାଯାଇଥିଲା । ଏହା ୯ ବର୍ଷ ହେଲା କୋର୍ଟରେ ବିଚାରାଧୀନ ଥିଲା । ସୋମବାର ଦିନ ହରଭଙ୍ଗା ମାଜିଷ୍ଟ୍ରେଟ ଶୁଭଙ୍କର ମହାନ୍ତି ସମସ୍ତ ତଥ୍ୟକୁ ଆଧାର କରି ଅଭିଯୁକ୍ତ ଅଙ୍ଗନୱାଡି କର୍ମୀଙ୍କୁ ଜେଲ୍‌ ଦଣ୍ଡ ସହ ଜୋରିମାନା ଆଦାୟ କରିଛନ୍ତି । ଏହି ମାମଲାରେ ସରକାରୀ ଓକିଲ ଅଜିତ ପରିଡା ଓ ବିପକ୍ଷ ଓକିଲ ଅଜିତ ବାରିକ
ରହିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.