- ଆଜି ଶେଷ ରଜନୀରେ ଲଙ୍କା କାଣ୍ଡ
ମ.ରାମପୁର, (ହେମନ୍ତ ସାହୁ) : ଶ୍ରୀରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ପ୍ରସିଦ୍ଧ ଶ୍ରୀ ରାମ ଲୀଳା ମହୋତ୍ସବର ଚତୁର୍ଥ ରଜନୀରେ କିସ୍କିନ୍ଧା ଓ ସୁନ୍ଦରାକାଣ୍ଡ ମଞ୍ଚସ୍ଥ ହୋଇଥିବା ବେଳେ ଶେଷ ଯାଏଁ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା । ମଞ୍ଚ ଉଦ୍ଘାଟନରେ ବ୍ଲକ୍ ଏଇଇ ବଲବିନ୍ଦର୍ ସିଂହ ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ପାଦକ ବିରେନ୍ଦ୍ର ରଥ ଅଧ୍ୟକ୍ଷତା କରିଥିଲେ । ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର କଳାକାର ପର୍ଶୁରାମ ପୁଟେଲଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅଧ୍ୟାପିକା ଲିପ୍ସାମୟୀ ଦୁବେ ମାନପତ୍ର ପଠନ କରିଥିଲେ । ସମ୍ବର୍ଦ୍ଧନା ପର୍ବରେ ସାଂସ୍କୃତିକ ସମ୍ପାଦକ ଜୟନ୍ତ କୁମାର ନାୟକ ଓ ବରିଷ୍ଠ ସଦସ୍ୟ ପବନ ମହାଳିକ ଉପସ୍ଥିତ ଥିଲେ । ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ରଚିତ ଓ ନିର୍ଦ୍ଦେଶିତ ସମ୍ପୂର୍ଣ୍ଣ ରାମଲୀଳା ନାଟକର କିଷ୍କିନ୍ଧା ଓ ସୁନ୍ଦରାକାଣ୍ଡ ମଞ୍ଚସ୍ଥ ହୋଇଥିଲା । ଏଥିରେ ହନୁମାନ ଭୂମିକାରେ ଅଜିତ ସିଂହ, ରାମ ଭୂମିକାରେ ଜଗ ମୋହନ ସାହୁ ଲକ୍ଷ୍ମଣ ଭୂମିକାରେ ମନୋଜ କୁମାର ବେହେରା, ସୁଗ୍ରୀବ ଭୂମିକାରେ ଗୋପବନ୍ଧୁ କର, ବାଳି ଭୂମିକାରେ ମୃତ୍ୟୁଞ୍ଜୟ ଘିଭେଲା, ତାରା ଭୂମିକାରେ ମଣ୍ଟୁ ବାରିକ, ଅଙ୍ଗଦ ଭୂମିକାରେ ଗୌତମ ବିଶି, ବଗ ଭୂମିକାରେ ଅକ୍ଷୟ କୁମାର, ଜାମ୍ବାବ ଭୂମିକାରେ କାହ୍ନା ପୁରୋହିତ, ଲଙ୍କେଶ୍ଵରୀ ଭୂମିକାରେ ସନ୍ତୋଷ ବାରିକ, ସୀତା ଭୂମିକାରେ ମାନସ ସାହୁ, ମନ୍ଦୋଦରୀ ଭୂମିକାରେ କେଶବ ଦଣ୍ଡିଆ, କାଳ ଘଣ୍ଟ ଭୂମିକାରେ ବସନ୍ତ ନାୟକ, ରାବଣ ଭୂମିକାରେ ସାଇ ପ୍ରସାଦ ମହାରଣା(ବଡ଼), ଇନ୍ଦ୍ରଜିତ ଭୂମିକାରେ ଦେବେନ୍ଦ୍ର ମହାନ୍ତି, ବିଭୀଷଣ ଭୂମିକାରେ ପ୍ରଦୀପ ସିଂହ (ବଡ଼ ବାବୁ), ପବନ ଦେବତା ଭୂମିକାରେ ଅମରେଶ ଶତପଥୀ, ପ୍ରହସ୍ତ ଭୂମିକାରେ ସୁର ସେନ ମହାରଣା, ବିହସ୍ତ ଭୂମିକାରେ ମହେନ୍ଦ୍ର ଭଏଁ ସାଲ, ଗନ୍ଧମାର୍ଦ୍ଧନ ଭୂମିକାରେ ଡମ୍ବରୁ ଧର ଭୋଇ, ଦୂତ ଭୂମିକାରେ ଉପେନ୍ଦ୍ର ମହାଖୁଡ
ପ୍ରମୁଖ ଚମତ୍କାର ଅଭିନୟ କରିଥିଲେ । ସଙ୍ଗୀତ ନିର୍ଦ୍ଦେଶନା ମହେଶ୍ୱର ସାହୁ (ଭୁବନେଶ୍ୱର) ଓ ସନ୍ତୋଷ କୁମାର ଦୁବେ ଦେଇଥିବା ବେଳେ ଲିପ୍ସା ମହାରଣା, ଧୀରେନ୍ଦ୍ର ମହାନ୍ତି, ସ୍ମୃତି ରେଖା ପାଢ଼ୀ କଣ୍ଠ ଦାନ କରିଥିଲେ । ବାଦ୍ୟ ଯନ୍ତ୍ରରେ ଭାରତ ରାଉତ, ଯୁଧିଷ୍ଠିର ବେହେରା, ସୁରେନ୍ଦ୍ର ପାଣିଗ୍ରାହୀ, ସୁନୀଲ ବିଭାର, ପ୍ରଶାନ୍ତ ସାହୁ ଦାୟିତ୍ଵ ନିର୍ବାହ କରିଥିଲେ । ରୂପ ସଜ୍ଜା ଦୀନ ବନ୍ଧୁ ମହାରଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହଯୋଗୀ ବଳଭଦ୍ର ଦଣ୍ଡ ସେନା, ଧଙ୍ଗଡା ମାଝୀ, କଳ୍ପତରୁ ନାୟକ, ରାସ ବିହାରୀ ଧଙ୍ଗଡା ମାଝୀ, ପ୍ରସନ୍ନ ଗହୀର, ଧୀରେନ୍ଦ୍ର ନାୟକ, ବିଶେଶ୍ୱର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ଆଜି ଶେଷ ରଜନୀରେ ଲଙ୍କା କାଣ୍ଡ ମଞ୍ଚସ୍ଥ ହେବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।