ଦେଓଗାଁ ପଞ୍ଚାୟତ ଯୁବ ଜିଆର୍‌ଏସ୍‌ଙ୍କ ଅକାଳ ବିୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତର ଯୁବ ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌) ଅଶୋକ ସାହୁ(୩୯)ଙ୍କ ରବିବାର ରାତିରେ ଅକାଳ ବିୟୋଗ ଘଟିଯାଇଥିବା ଜଣାପଡିଛି । ରବିବାର ସନ୍ଧ୍ୟାରେ ଅସୁସ୍ଥ ଅନୁଭବ କରିଥିବାରୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ବୁର୍ଲା ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଥିବାରୁ ବୁର୍ଲା ନିଆଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ଅଶୋକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ମାତ୍ର ୮ମାସ ତଳେ ତାଙ୍କ ପିତା ଦ୍ୱାରୁ ସାହୁଙ୍କ ପରଲୋକ ଘଟିଥିଲା । ବର୍ତ୍ତମାନ ତାଙ୍କ ମା’ ସହ ସ୍ତ୍ରୀ ଧରିତ୍ରୀ, ବଡ଼ଭାଇ ପ୍ରଭାତ, ଭାଉଜ ଓ ସାନ ଭାଇ ନିତୋଷ ସହ ଭାଇ ବୋହୂ, ଝିଆରୀ ଶେଷ ସମୟରେ ଉପସ୍ଥିତ ରହିଥିଲେ । ସୋମବାର ଦିନ ୩ଟା ସମୟରେ ସୋନଗଡ଼ ନଦୀରେ ଶେଷକୃତ୍ୟ କରାଯାଇଥିଲା । ବଡ଼ଭାଇ ପ୍ରଭାତ ମୁଖାଗ୍ନି ଦେଇଥିଲେ । ଅଶୋକଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଓଗାଁ ବ୍ଲକରେ ଶୋକର ଛାୟା ଖେଳିଯାଇଛି । ବ୍ଲକ କର୍ମଚାରୀ ଓ ଜିଆର୍‌ଏସ୍‌ ସଂଘ ପକ୍ଷରୁ ଶୋକ ପ୍ରକାଶ କରାଯାଇଥିଲା ।

Leave A Reply

Your email address will not be published.