oom

ଓଡ଼ିଆ ଭାଷା ବିକାଶ ମଞ୍ଚର ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ତିରୋଧାନ ଦିବସ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ଓଡ଼ିଆ ଭାଷା ସୁରକ୍ଷାର ସେନାପତି ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ତିରୋଧାନ ଦିବସରେ ସେକ୍ଟର ୧୪ ସ୍ଥିତ ଗଙ୍ଗାଧର ପ୍ରତିମୂର୍ତ୍ତିଠାରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଓଡ଼ିଆ ଭାଷା ବିକାଶ ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ମୁଖ୍ୟ ଅତିଥି ଭାବେ ଡଃ ସୁମନ ଦତ୍ତ ତାଙ୍କ ବକ୍ତବ୍ୟରେ କହିଲେ ଓଡ଼ିଆ ଭାଷାର ଦୁର୍ଦ୍ଦିନ ସମୟରେ ଭାଷାର ସୁରକ୍ଷା ପାଇଁ ଯେଉଁ କାର୍ଯ୍ୟ କରିଯାଇଛନ୍ତି ତାହା ଆଜି ମଧ୍ୟ ପ୍ରାସଙ୍ଗିକତା ଅଛି । ଆଜିର ଦିନରେ ଆମେ ତାଙ୍କର ଅପୂରଣୀୟ କାର୍ଯ୍ୟକୁ ପୂରଣ କରିବା ପାଇଁ ସଂକଳ୍ପବଦ୍ଧ ହେବା ଆବଶ୍ୟକ । ମୁଖ୍ୟବକ୍ତା ଭାବେ ଡଃ ନଗେନ କୁମାର ଦାସ ଯୋଗଦେଇ କହିଲେ କବି ତାଙ୍କ ବ୍ୟକ୍ତି ଜୀବନର ଅନୁଭବ ସବୁ କଳାତ୍ମକ ରୂପ ନେଇ ନୈବ୍ୟକ୍ତିକ ଆଡ଼କୁ ଗତି କରିଛି । ଜୀବନର ନିଷ୍ଠୁର ବେଦନା ବିଦୃତ ବାସ୍ତବ କାହାଣୀ ହିଁ ସାର୍ବଜନିନତାର ଗାଥା ଶୁଣାଇଛି ତାଙ୍କ କାବ୍ୟ କବିତା । ତାଙ୍କ ଅନ୍ତରରୁ ଲିଖିତ ବାଣଦର୍ପଦଳନ, ପାଷାଣୀ ଅହଲ୍ୟାର ଶାପ ମୋଚନ, ଇନ୍ଦୁମତି, ପ୍ରାଣବଲ୍ଲଭ, ଅଜଙ୍କ ରୋଦନ, କୀଚକ ନିଧନ, ରାମଙ୍କ ବନଗମନ, ଦୁଷ୍ମନ୍ତଙ୍କ ବିରହୀ ଜୀବନରେ ଶକୁନ୍ତଳାଙ୍କ ପୁନରାଗମନ, ସୀତାଙ୍କ ଉତ୍ତର ଜୀବନ ଯାପନ ଆଦି କାହାଣୀ ଆଧାରରେ କବିଙ୍କ ବାଣୀ ଜୀବନର ମହନୀୟତା ପ୍ରତିପାଦିତ କରିଛି । ଓଡ଼ିଆ ସାହିତ୍ୟ ଥିବା ଯାଏଁ ତାଙ୍କ କାବ୍ୟ ମାନସ ଜାଜ୍ଜ୍ୱଲ୍ୟମାନ ହୋଇ ରହିଥିବ ବୋଲି କହିଥିଲେ । ଶ୍ରୀ ଆର୍ତ୍ତତ୍ରାଣ ତାଙ୍କ ଅଭିଭାଷଣରେ କହିଲେ ତାଙ୍କର କାବ୍ୟ ଗୁଡ଼ିକ ରସ ରତ୍ନାକର, ଇନ୍ଦୁମତି, ଅହଲ୍ୟା ସ୍ତବ, ଉତ୍କଳ ଲକ୍ଷ୍ମୀ, କୀଚକବଧ, ତପସ୍ବିନୀ, ପ୍ରଣୟବଲ୍ଲରୀ, ଅର୍ଘ୍ୟଥାଳୀ, କବିତା କଲ୍ଲୋଳ, ପଦ୍ମିନୀ ଆଦି ଗଙ୍ଗାଧରଙ୍କର ଅମୂଲ୍ୟ ରଚନାବଳୀର ଆଜି ମଧ୍ୟ ପ୍ରାସଙ୍ଗିକତା ଅଛି । ମାତୃଭାଷାର ସୁରକ୍ଷା ପାଇଁ ହିନ୍ଦୀ ଆକ୍ରମଣରୁ ରକ୍ଷା କରିବା ପାଇଁ ଓଡ଼ିଆ ଭାଷାକୁ ସେ ବହୁ କାବ୍ୟ କବିତା ରଚନା କରିଛନ୍ତି । ସେ କହିଛନ୍ତି “ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା”। “ମାତୃଭୂମି ମାତୃଭାଷାର ବଦନ, ଦୀପ୍ତକର ଦେଇ ଧନ ଧ୍ୟାନ ମନ”। ସଭ୍ୟତା ନାମରେ ସଂସ୍କାର ଓ ସଂସ୍କୃତି ଠାରୁ କ୍ରମଶଃ ଦୁରେଇ ଯାଇଛି ଆଜି ଯୁବସମାଜ । ତେଣୁ ଭାଷା ହିଁ ଜାତିର ପରିଚୟ । ଭାଷା ବଞ୍ଚିଲେ ଜାତି ବଞ୍ଚିବ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଏହି ସ୍ମୃତିଚାରଣ ସଭାରେ ନାଟ୍ୟକାର ପ୍ରଫୁଲ୍ଲ କୁମାର ସାମଲ, ମାନସ ରଞ୍ଜନ ଦାସ, ଭଗବାନ ପଣ୍ଡା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

jittmm
Leave A Reply

Your email address will not be published.