pakka

ଘୋଡାହାଡ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

bbehera

ସାନଖେମୁଣ୍ଡି : ଘୋଡ଼ାହାଡ ନଦୀରୁ ମଙ୍ଗଳବାର ଦିନ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଉକ୍ତ ଘଟଣାଟି ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ମହାନଳା ଗ୍ରାମ ନିକଟରେ ଘଟିଛି । ଯୁବକ ଜଣଙ୍କ ହେଲେ ମହାନଳା ଗ୍ରାମର ଉମାକାନ୍ତ ସାହୁ ।

ସୂଚନା ମୁତାବକ ମଙ୍ଗଳବାର ସକାଳେ ଉମାକାନ୍ତ ଗାଧୋଇବା ପାଇଁ ନିକଟସ୍ଥ ଘୋଡ଼ାହାଡ଼ ନଦୀକୁ ଯାଇ ଘରକୁ ଆଉ ଫେରିନଥିଲେ । ନଦୀରେ ମୃତଦେହ ଭାସୁଥିବା କିଛି ସ୍ଥାନୀୟ ଲୋକେ ଦେଖି ପାଟପୁର ପୋଲିସ ଓ ସାନଖେମୁଣ୍ଡି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ପାଟପୁର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହଟିକୁ ନଦୀରୁ ଉଦ୍ଧାର କରିବା ପରେ ଜଣାପଡିଥିଲା କି ଉକ୍ତ ମୃତଦେହଟି ହେଉଛି ଉମାକାନ୍ତ ସାହୁଙ୍କର ।

ଉମାକାନ୍ତ ନଦୀକୁ ଗାଧୋଇବାକୁ ଯାଇ କୌଣସି କାରଣ ବଶତଃ ନଦୀ ଗର୍ଭକୁ ଚାଲିଯାଇଥିବା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏନେଇ ପାଟପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

nine + three =