oom

ନକଲି ସାର୍ଟିଫିକେଟ ମାମଲା : ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ହେଲା ରାଜସାକ୍ଷୀଙ୍କ ବୟାନ ରେକର୍ଡ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବହୁ ଚର୍ଚ୍ଚିତ ନକଲି ସାର୍ଟିଫିକେଟ ମାମଲାକୁ କ୍ରାଇମବ୍ରାଞ୍ଚ ହାତକୁ ନେଇ ତନାଘନା ତଦନ୍ତ ଜାରି ରଖିଛି । ସବୁ ଦିଗରେ ତନ୍ନ ତନ୍ନ ଖୋଳତାଡ଼ ସହ ବିଭିନ୍ନ ଦିଗରେ ରହିଥିବା ସମ୍ଭାବ୍ୟ ଲିଙ୍କ୍‌ ସଂପର୍କରେ ତଦନ୍ତକୁ ଜୋର୍‌ଦାର୍ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଜାଲ ସାର୍ଟିଫିକେଟ କେଳେଙ୍କାରୀରେ ରିଲାଏନ୍ସ ଏଜୁକେସନ୍‌ କମ୍ପେ୍ଲକ୍ସରୁ ଜବତ ହୋଇଥିବା ପ୍ରାୟ ୪୧ଟି ୟୁନିଭର୍‌ସିଟିର ନକଲି ସାର୍ଟିଫିକେଟ, ୩୦ରୁ ଅଧିକ ରବର ଷ୍ଟାମ୍ପ, ଅଭିଯୁକ୍ତଙ୍କ ଦ୍ୱାରା ବ୍ୟବହୃତ ଡାଏରୀ, କମ୍ପ୍ୟୁଟର, ଲାପ୍‌ଟପ୍‌ ଆଦି ସାମଗ୍ରୀର ଆଧାରରେ ଚାଲିଛି ତଦନ୍ତ । ଏହି କ୍ରମରେ ଆଜି ପୂର୍ବାହ୍ନରେ ଜାଲ୍‌ ସାର୍ଟିଫିକେଟ ରାକେଟର ଜାଲରେ ପଡ଼ିଥିବା ରାଜସାକ୍ଷୀ ରମଣୀ ନାଗ ଏବଂ ସୁବଳୟା ଭୁଏଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ର ଅଧିକାରୀମାନେ ଡକାଇ ଟାଉନ୍‌ ଥାନାରେ ପଚରାଉଚରା କରିଥିବା ବେଳେ ସିଭିଲ କୋର୍ଟରେ ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ଅପରାହ୍ନରେ ରାଜସାକ୍ଷୀ ଦ୍ୱୟଙ୍କ ୧୬୪ ଧାରା ଅନୁଯାୟୀ ବୟାନ ରେକର୍ଡ ହୋଇଥିବା ଜଣାପଡିଛି । ତେବେ ରାଜସାକ୍ଷୀମାନଙ୍କ ଠାରୁ କୌଣସି ପ୍ରକାର ପ୍ରତିକ୍ରିୟା ମିଳିପାରିନାହିିଁ ।

jittmm
Leave A Reply

Your email address will not be published.