lika

ଝିଅ ବିଦା ପାଇଁ ବସ୍‌ରେ ଯିବା ବେଳେ ବସ୍‌ରୁ ଖସିପଡ଼ି ଜଣେ ମୃତ

gbag

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ଥାନା ବାଞ୍ଜିପାଲି ଗାଁ ନିକଟରେ ବସ୍‌ରୁ ଖସିପଡ଼ି ଜଣେ ମୃତ । ମୃତ ବ୍ୟକ୍ତି ଜଣକ ଓଡ଼ିଆପାଲି ପଞ୍ଚାୟତ କପସିପାଲି ଗାଁର ତ୍ରିଲୋଚନ ବରିହା(୪୫) ବୋଲି ଜଣାଯାଇଛି । ସୂଚନା ଅନୁସାରେ କୁମାରଖାନ ଗାଁର ଏକ ବାହାଘରରୁ ଝିଅ ବିଦା ପାଇଁ ବସ୍‌ ଯୋଗେ ଝିଅ ଘର ଲୋକ ବରଗଡ଼ ଜିଲ୍ଲା ବୋଡ଼େନ ଥାନା ସିଲେଟପଡ଼ା ଗାଁକୁ ଶନିବାର ଦିନ ଯାଉଥିବା ବେଳେ ବସ୍‌ ଗେଟ୍‌ ପାଖରେ ବେପରୁଆ ଭାବେ ଠିଆ ହୋଇଥିବା ତ୍ରିଲୋଚନ ବରିହା ବସ୍‌ରୁ ଖସି ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଖପ୍ରାଖୋଲ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ହେଲେ ରବିବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଖପ୍ରାଖୋଲ ପୋଲିସ ଖବର ପାଇ ମୃତଦେହ ଜବତ କରିବା ସହ ଖପ୍ରାଖୋଲ ଥାନାରେ କେସ ନମ୍ବର ୨/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସହ ଘଟଣାର ତଦନ୍ତ ଚାଲିଥିବା ତଦନ୍ତ ଅଧିକାରୀ ଏଏସଆଇ ନାରାୟଣ ସାହୁ ପ୍ରକାଶ କରିଛନ୍ତି ।

sandip
Leave A Reply

Your email address will not be published.