jsm

ରକ୍ତଦାନ କଲେ ଯୁବ କୁଲୁତା ସମାଜର ସଦସ୍ୟ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଯୁବ କୁଲୁତା ସମାଜର ସଦସ୍ୟ ଜଣେ ରୋଗୀଙ୍କୁ ରକ୍ତଦାନ କରି ତାଙ୍କ ଜୀବନ ବଞ୍ଚାଇଛନ୍ତି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ଘାଟପୁଇଁନ୍ତଲା ଗ୍ରାମର ଶଶୀଭୂଷଣ ଦାସ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତାଭାବରୁ ଡାକ୍ତର ତାଙ୍କୁ ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ । ତାଙ୍କ ସମ୍ପର୍କୀୟ ଆକୁଳ ବେହେରା ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ, ଖବର ପାଇ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ ଦୁଙ୍ଗୁରପାଲି ଗ୍ରାମର ଶିବ ଶମ୍ଭୁ ପଧାନ ୩୧ କିମି ଦୂରରୁ ଆସି ରକ୍ତଦାନ କରିଥିଲେ । ରକ୍ତଦାନ ପରେ ରୋଗୀଙ୍କୁ ଦେଖା କରି ତାଙ୍କ ସୁବିଧା ଅସୁବିଧା ମଧ୍ୟ ଯୁବ ସଂଗଠନ ବୁଝିଥିଲା । ରକ୍ତଦାନ ସମୟରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସଭାପତି ଅସୀମ କୁମାର ଭୋଇ, ଓମ୍‌କାର୍ ପଧାନ ଓ ଆକୁଳ ବେହେରା ମଧ୍ୟ ଉପସ୍ଥିତ ଥିଲେ । ରକ୍ତଦାନ କରି ଅନେକଙ୍କ ଜୀବନ ବଞ୍ଚାଇ ପାରୁଥିବାରୁ କୁଲୁତା ସମାଜକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

yuvodaya
Leave A Reply

Your email address will not be published.